Advertisment

Five-Star Plane Restaurant: ବାୟୁସେନା ଯୁଦ୍ଧବିମାନରେ ତିଆରି ହେବ ଫାଇଭ ଷ୍ଟାର୍ ରେଷ୍ଟୁରାଣ୍ଟ୍

ଯୁଦ୍ଧବିମାନରେ ତିଆରି ହେବ ଫାଇଭ ଷ୍ଟାର୍ ଲକଜରିୟସ୍ ରେଷ୍ଟୁରାଣ୍ଟ । BSF ବିମାନରେ ବସି ଖାଇପାରିବେ ସୁସ୍ବାଦୁ ଖାଦ୍ୟ । ମାଟିରେ ଥାଇ ନେଇପାରିବେ ଆକାଶରେ ଉଡ଼ିବାର ମଜା ।

BSF-Plane-Restaurant

BSF-Plane-Restaurant Photograph: (OTV)

Advertisment

ବିମାନ ରେଷ୍ଟୁରାଣ୍ଟ ବିଷୟରେ ତ ଅନେକ ଥର ଶୁଣିଥିବେ। ବିମାନ ଭିତରେ ବସି ଖାଦ୍ୟ ଖୁଆଇବାର ଏହି କନସେପ୍ଟ୍ ବହୁତ ପୁରୁଣା। ତେବେ ଏହି ଆଇଡିଆକୁ ଏକ ନୂତନ ତଡ଼କା ଲଗାଇଛନ୍ତି ଉଜ୍ଜୟିନୀର ସ୍କ୍ରାପ୍ ଡିଲର୍ ଭାଇ ବୀରେନ୍ଦ୍ର ଏବଂ ପୁଷ୍ପେନ୍ଦ୍ର କୁଶୱାହା। 40 ଲକ୍ଷ ଟଙ୍କାରେ ଏକ ପୁରୁଣା BSF କାର୍ଗୋ ବିମାନ କିଣି ସେମାନେ ଏକ ଅନନ୍ୟ ପଦକ୍ଷେପ ନେଇଛନ୍ତି। ଏହି ବିଶାଳ ବିମାନକୁ ସେମାନେ ଏକ ଫାଇଭଷ୍ଟାର୍ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ପରିଣତ କରୁଛନ୍ତି। ଯେଉଁଥିରେ ଗ୍ରାହକଙ୍କୁ ପାଞ୍ଚତାରକା ହୋଟେଲ କୋଠରୀରେ ରହିବା ଓ ଖାଇବାର ଅନୁଭୂତି ମିଳିବ। ତାଙ୍କର ଲକ୍ଷ୍ୟ ରଛି ସହରବାସୀ ଏବଂ ତୀର୍ଥଯାତ୍ରୀମାନଙ୍କୁ ଏକ ବିମାନରେ ରହିବା ଏବଂ ଖାଇବାର ଏକ ନୂତନ ଅଭିଜ୍ଞତା ପ୍ରଦାନ କରିବା। ଯାହା ଦ୍ୱାରା ଉଜ୍ଜୟିନୀରେ ପର୍ଯ୍ୟଟନକୁ ବୃଦ୍ଧି କରାଯିବ।
ପ୍ରାୟ 15 ଫୁଟ ଉଚ୍ଚା, 70 ଫୁଟ ଲମ୍ବା, 100 ଫୁଟ ଚଉଡା ଏବଂ ପ୍ରାୟ 20 ଟନ୍ ଓଜନର ଏହି ବିମାନରେ 55 ଜଣ ବସିପାରିବେ। ନୂଆଦିଲ୍ଲୀରୁ 40 ଲକ୍ଷର ନିଲାମ ଡାକି କୁଶୱାହା ଭାଇଙ୍କ କମ୍ପାନୀ ରାଜଲକ୍ଷ୍ମୀ ଏଣ୍ଟରପ୍ରାଇଜେସ୍ ଏହାକୁ କିଣିଥିଲା। ପରେ ଏକାକୁ ଉଜ୍ଜୟିନୀ ଆଣିବା ପାଇଁ ପ୍ରାୟ 5.5 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ସେମାନେ। ଏବେ ଏହି ବିମାନକୁ ନବୀକରଣ କରାଯିବ ଏବଂ ଏକ ରେଷ୍ଟୁରାଣ୍ଟରେ ପରିଣତ କରାଯିବ। ବିମାନ ଭିତରେ ଏକ ପାଞ୍ଚ କୋଠରୀ ବିଶିଷ୍ଟ କର୍ଟେଜ ନିର୍ମାଣ କରାଯିବ, ଯେଉଁଠି ଲୋକ ରହିପାରିବେ ଓ ଖାଦ୍ୟ ମଧ୍ୟ ଥାଇପାରିବେ। ଏହାସହ ଲୋକମାନେ ପାଇଲଟ୍ ସିଟ୍‌ରେ ବସି ଫଟୋ ଏବଂ ଭିଡିଓ ମଧ୍ୟ ଉଠାଇପାରିବେ। ଏଭଳି ପ୍ଲେନ ରେଷ୍ଟୁରାଣ୍ଟ ଉଜ୍ଜୟିନୀରେ ପ୍ରଥମ ଥର ନିର୍ମାଣ ହେବାକୁ ଯାଉଛି। ଯାହାକୁ ନେଇ ଏବେଠାରୁ ହିଁ ଉତ୍ସାହିତ ଅଛନ୍ତି ଅଞ୍ଚଳବାସୀ । 
BSF ଦ୍ୱାରା 18 ବର୍ଷ ଧରି ଏହି ବିମାନଟି ବ୍ୟବହାର କରାଯାଉଥିଲା କିନ୍ତୁ 2009 ରେ ଅବସରପ୍ରାପ୍ତ ହୋଇଗଲା। ଏହାକୁ ସୀମାରେ ସୈନିକ ଏବଂ ଅଧିକାରୀମାନଙ୍କୁ ଛାଡ଼ିବା ଏବଂ ଆଣିବା ପାଇଁ ବ୍ୟବହାର କରାଯାଉଥିଲା। ଏବେ ଏହାକୁ ରାଜଲକ୍ଷ୍ମୀ ଏଣ୍ଟରପ୍ରାଇଜେସ୍ ଦ୍ୱାରା କିଣାଯାଇ ଏକ ଲକଜୁରୀ ରେଷ୍ଟୁରାଣ୍ଟରେ ପରିବର୍ତ୍ତନ କରାଯାଉଛି।

Advertisment
Ujjain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ