CBI Raid Photograph: (OTV)
ବରିଷ୍ଠ ଆଇପିଏସଙ୍କ ଟଙ୍କା ସହ ସମ୍ପତ୍ତି ଦେଖି ସିବିଆଇ ଟେରା (CBI Raid) । ପୁଳା ପୁଳା ଟଙ୍କା, ଅମାପ ଧନ ସମ୍ପତ୍ତି। ହାତ ଘଣ୍ଟା ଭଳିକି ଭଳି। ୮ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ୨୦୦୯ ବ୍ୟାଚର ପଞ୍ଜାବର ଜଣେ ବରିଷ୍ଠ ଆଇପିଏସ ଅଫିସରଙ୍କ ଘରେ ଛାପା ମାରି ଏସବୁ ସାମଗ୍ରୀ ଜବତ କରିଛି ସିବିଆଇ। ସଂପୃକ୍ତ IPS ଅଧିକାରୀ ଏବେ ପଞ୍ଜାବର ରୋପର୍ ରେଞ୍ଜରେ DIG ଭାବରେ ନିଯୁକ୍ତ ଅଛନ୍ତି। ତା ସହ ଜଣେ ମଧ୍ୟସ୍ଥିକୁ ବି ଗିରଫ କରି ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ସିବିଆଇ ଜାରି ରଖିଛି ରେଡ୍।
ଚଢ଼ାଉ ଭିତରେ CBI ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି। ଯାହାର ପରିମାଣ, ପ୍ରାୟ ୫ କୋଟି ହେବ। ସେହିପରି ପ୍ରାୟ ଦେଢ଼ କେଜିର ଅଳଙ୍କାର, ପଞ୍ଜାବରେ ଅସ୍ଥାବର ଓ ସ୍ଥାବର ସମ୍ପତ୍ତି ଜବତ କରିଛି ସିବିଆଇ। ଏହାବ୍ୟତୀତ ଗୋଟିଏ ମର୍ସିଡିଜ୍ ଏବଂ ଅଡିକୁ ବି ସିଜ୍ କରିଛି ସିବିଆଇ। କେବଳ ଏତିକି ନୁହେଁ, ସଂପୃକ୍ତ ଆଇପିଏସଙ୍କ ଘରୁ ୨୨ଟି ଘଣ୍ଟା, ୪୦ ଲିଟର ଇମ୍ପୋଟେଡ୍ ମଦ ବୋତଲ, ଗୁଳି ସହିତ ଅସ୍ତ୍ରଶସ୍ତ୍ର ଜବତ କରିଛି।
ମଧ୍ୟସ୍ଥିଙ୍କଠାରୁ ୨୧ ଲକ୍ଷ ଟଙ୍କା ନଗଦ ଉଦ୍ଧାର କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଆସନ୍ତାକାଲି କୋର୍ଟରେ ହାଜର କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/17/cbi-raid-2025-10-17-09-35-41.jpg)