Advertisment

Republic Day 2026: ସରକାରଙ୍କ ବଡ଼ ନିଷ୍ପତ୍ତି, ବନ୍ଦ ହେବ VIP କଲଚର୍

କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ବେଶ୍ ଖାସ୍ ହେବାକୁ ଯାଉଛି । ଗଣତନ୍ତ୍ର ଦିବସ ପରେଡ୍‌ରେ ଏଥର ଦେଖିବାକୁ ମିଳିବ ଏକ ନୂଆ ପରମ୍ପରା । ବନ୍ଦ ହେବ ବର୍ଷ ବର୍ଷରୁ ଚାଲିଆସୁଥିବା ଭିଆଇପି ସଂସ୍କୃତି ।

Republic-Day-VIP-Culture-End

Republic-Day Photograph: (Republic-Day)

Advertisment

ଗଣତନ୍ତ୍ର ଦିବସରେ ବଡ଼ ପରିବର୍ତ୍ତନ । ବନ୍ଦ ହେବ ଭିଆଇପି କଲଚର୍ । ନମ୍ବର ନୁହେଁ, ଏଥର ନଦୀ ଦେଖାଇବ ବାଟ । ରାଜଧାନୀର କର୍ତ୍ତବ୍ୟ ପଥରେ ୨୦୨୬ ଗଣତନ୍ତ୍ର ଦିବସ ବେଶ୍ ଖାସ୍ ହେବାକୁ ଯାଉଛି । ଗଣତନ୍ତ୍ର ଦିବସ ପରେଡ୍‌ରେ ଏଥର ଦେଖିବାକୁ ମିଳିବ ଏକ ନୂଆ ଓ ନିଆରା ପରମ୍ପରା । ବନ୍ଦ ହେବ ବର୍ଷ ବର୍ଷରୁ ଚାଲିଆସୁଥିବା ଭିଆଇପି ସଂସ୍କୃତି ।

Advertisment

ବଦଳିଲା ଦର୍ଶକଙ୍କ ବସିବ ସ୍ଥାନର ନାଁ

ପରେଡ୍ ମାର୍ଗରେ ଥିବା ଅତିଥିଙ୍କ ବସିବା ଜାଗା ଆଉ ଭିଆଇପି, ଭିଭିଆଇପି କିମ୍ବା ନମ୍ବରରେ ନୁହେଁ ବରଂ ନଦୀଗୁଡିକର ନାଁରେ ଜଣାଯିବ । 
 କର୍ତ୍ତବ୍ୟ ପଥରେ ତିଆରି ଦର୍ଶକ ଏନକ୍ଲୋଜର ଏଥର ପ୍ରଥମ ଥର ନମ୍ବର ବଦଳରେ ପ୍ରମୁଖ ଭାରତୀୟ ନଦୀଗୁଡିକର ନାମରେ ଜଣାଯିବ, ଯେମିତିକି- ଯମୁନା, ଗଙ୍ଗା, ବ୍ରହ୍ମପୁତ୍ର, ନର୍ମଦା, ଗୋଦାବରୀ, କାବେରୀ । ଏହାଦ୍ୱାରା ଭିଆଇପି କଲ୍‌ଚରର ବନ୍ଦ ହେବ ବୋଲି  ସୂଚନା ଦେଇଛନ୍ତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ।

ଏକ ଭାରତ, ଶ୍ରେଷ୍ଠ ଭାରତର ବାର୍ତ୍ତା:

ନଦୀଗୁଡିକର ନାଁରେ ଜଣାଯିବ ଦର୍ଶକଙ୍କ ବସିବା ସ୍ଥାନ । ଦେଶର ବିଭିନ୍ନ କୋଣରେ ପ୍ରବାହିତ ହେଉଥିବା ଏହି ନଦୀଗୁଡିକ ଏଥର କର୍ତ୍ତବ୍ୟ ପଥରେ ଏକ ଭାରତ, ଶ୍ରେଷ୍ଠ ଭାରତର ସନ୍ଦେଶ ଦେବେ । ଏହା ପରିବର୍ତ୍ତନ ସାଧାରଣ ଜନତା ଓ ଭିଆଇପିଙ୍କ ମଧ୍ୟରେ ବ୍ୟବଧାନ କମାଇବ । ଭାରତୀୟ ଐତିହ୍ୟ, ସଂସ୍କୃତି ଓ ସମାନତା ପ୍ରୋତ୍ସାହନ ମିଳିବ । ସବୁ ନାଗରିକ ନିଜକୁ ସମାନ ଅନୁଭବ କରିବେ ।

Advertisment

ବ୍ୟୁରୋ ରିପୋର୍ଟ, ଓଟିଭି 

Delhi Republic Day Parade latest India news
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ