Advertisment

Rajya Sabha Election Notification: ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ୍, ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ଆଜିଠୁ ଆସନ୍ତା ୫ ଯାଏଁ ନାମାଙ୍କନ ଦାଖଲ ଏବଂ ମାର୍ଚ୍ଚ ୬ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାପାଇଁ ଧାର୍ଯ୍ୟ କରାଯାଇଛି।

Rajyasabha Election

Rajyasabha Election Photograph: (OTV)

Advertisment

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ଆଜିଠୁ ଆସନ୍ତା ୫ ଯାଏଁ ନାମାଙ୍କନ ଦାଖଲ ଏବଂ ମାର୍ଚ୍ଚ ୬ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାପାଇଁ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଓଡ଼ିଶା ସମେତ ୧୦ ରାଜ୍ୟରେ ଖାଲି ହେଉଛି ୩୭ ଆସନ। 

Advertisment

ଓଡିଶାରୁ ବିଜେପି ସାଂସଦ ସୁଜିତ କୁମାର, ମମତା ମହନ୍ତ ଏବଂ ବିଜେଡି ସାଂସଦ ନିରଞ୍ଜନ ବିଶି ଓ ମୁନ୍ନା ଖାଁଙ୍କ କାର୍ଯ୍ୟକାଳ ସରୁଛି। ବିଧାନସଭାର ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ଏହି ଚାରି ଆସନ ମଧ୍ୟରୁ ବିଜେପିର ଦୁଇ ଜଣ ଓ ବିଜେଡିର ଜଣେ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ସୁନିଶ୍ଚିତ। କିନ୍ତୁ ଚତୁର୍ଥ ଆସନ ପାଇଁ କିଏ ପ୍ରାର୍ଥୀ ହେବେ ତାହା ଉପରେ ନଜର ରହିଛି।

Rajya Sabha Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ