Advertisment

Premanand Maharaj: ପ୍ରେମାନନ୍ଦ ମହାରାଜ ଅସୁସ୍ଥା! ଚିନ୍ତାରେ ଭକ୍ତ

ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସାରା ଶରୀର ଫୁଲି ଯାଇଛି, ହାତରେ ପଟି ଲାଗିଛି! ମୁହଁ ପଡିଯାଇଛି ଲାଲ୍। ଏଭଳି ଅବସ୍ଥାରେ ଦେଖି ତାଙ୍କ ଭକ୍ତମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Premanand-Maharaj-Health

Premanand-Maharaj-Health Photograph: (OTV)

Advertisment

ସାରା ଶରୀର ଫୁଲି ଯାଇଛି, ହାତରେ ପଟି ଲାଗିଛି! ମୁହଁ ପଡିଯାଇଛି ଲାଲ୍। କପାଳରେ ମୋଟା ଚନ୍ଦନ ଲେପ ନାହିଁ କି ମୁହଁରୁ ବାହାରୁ ନାହିଁ ତାଙ୍କର ସେହି ଭାବପୂର୍ଣ୍ଣ ବାଣୀ। ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଏଭଳି ଅବସ୍ଥାରେ ଦେଖି ତାଙ୍କ ଭକ୍ତମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି। ଏଥିରେ ଦେଖାଯାଉଛି ଯେ ତାଙ୍କର ସମ୍ପୂର୍ଣ୍ଣ ଶରୀର ଫୁଲିଯାଇଛି ଏବଂ ତାଙ୍କ ହାତରେ ପଟି ବନ୍ଧା ହୋଇଛି। ସେ ହସ୍‌ପିଟାଲରେ ଚିକିତ୍ସାଧିନ ଥିବା କୁହାଯାଉଛି।
ସନ୍ଥ ପ୍ରେମାନନ୍ଦ ଜୀ ମହାରାଜଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ଉନ୍ନତି ହେଉଛି। ସେ ନିଜେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି।
ପ୍ରେମାନନ୍ଦ ମହାରାଜ କେଳି କୁଞ୍ଜ ଆଶ୍ରମରେ ଚିକିତ୍ସାଧୀନ ଅଛନ୍ତି।
ତେବେ ପ୍ରେମାନନ୍ଦ ମହାରାଜ ଦୀର୍ଘ ଦିନ ଧରି କିଡ୍‌ନୀ ରୋଗରେ ପୀଡିତ ଅଛନ୍ତି। ନିୟମିତ ଭାବେ ତାଙ୍କର ଡାଏଲିସିସ୍ ହେଉଛି। ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି। ସେ ସକାଳ ପଦଯାତ୍ରାକୁ ମଧ୍ୟ ଯାଉ ନାହାଁନ୍ତି। ତାଙ୍କୁ ନ ଭେଟିବାରୁ ତାଙ୍କ ଭକ୍ତମାନେ ଚିନ୍ତାରେ ପଡିଯାଇଛନ୍ତି।
ସେ ବର୍ତ୍ତମାନ ବାହାରକୁ ଯିବା ପାଇଁ କୌଣସି ପରିସ୍ଥିତିରେ ନାହାନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କ ପଦଯାତ୍ରା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆଶ୍ରମ ପୂର୍ବରୁ ଘୋଷଣା କରିଛି। ଭକ୍ତମାନଙ୍କୁ ଦର୍ଶନ ପାଇଁ ରାସ୍ତାରେ ଅପେକ୍ଷା ନ କରିବାକୁ ଆଶ୍ରମ ପକ୍ଷରୁ ଅନୁରୋଧ କରାଯାଇଛି।

Advertisment

ଅଧିକ ଦେଖନ୍ତୁ:

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ