Advertisment

PM Modi's Slimming Tip to Youth: ‘ସ୍ଲିମ୍’ ରହିବାକୁ ଟିପ୍ସ ଦେଲେ ପ୍ରଧାମନ୍ତ୍ରୀ ମୋଦି, ଖାଦ୍ୟରେ ତେଲ କମାଇବାକୁ ଅନୁରୋଧ

ନୂଆଦିଲ୍ଲୀରେ ଆୟୋଜିତ ଏନସିସି ପିଏମ୍ ରାଲିକୁ ସମ୍ବୋଧନ କରିବା ଅବସରରେ ମୋଟାପଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

PM Narendra Modi

PM Narendra Modi Photograph: (OTV)

Advertisment

ଖାଦ୍ୟରେ ତେଲ କମ୍ କର, ସ୍ଲିମ୍ ଓ ସୁରକ୍ଷିତ ରୁହ। ଯୁବପିଢିଙ୍କୁ ପିଏମ ମୋଦିଙ୍କ ସ୍ଲିମ୍ ଟିପ୍ସ। ନୂଆଦିଲ୍ଲୀରେ ଆୟୋଜିତ ଏନସିସି ପିଏମ୍ ରାଲିକୁ ସମ୍ବୋଧନ କରିବା ଅବସରରେ ମୋଟାପଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପିଏମ୍ କହିଛନ୍ତି, ଭାରତରେ ମୋଟାପଣ କାୟା ବିସ୍ତାର କରିବାରେ ଲାଗିଛି। 

Advertisment

ରିପୋର୍ଟ ଅନୁସାରେ, ଆସନ୍ତା କିଛି ବର୍ଷ ଭିତରେ ଭାରତରେ ପ୍ରତି ତିନି ଜଣରେ ଜଣେ ବ୍ୟକ୍ତି ମୋଟାପଣର ଶିକାର ହେବେ। ଏହାଦ୍ବାରା ଡାଇବେଟିସ, ବ୍ଲଡପ୍ରେସର ଓ ଅନ୍ୟ ଘାତକ ରୋଗ ବୃଦ୍ଧି ପାଇବ। ଯୁବପୀଢିଙ୍କ ଉପରେ ସର୍ବାଧିକ ପ୍ରଭାବ ପଡ଼ିବ। ସେଥିପାଇଁ ଏବେଠୁ ସମସ୍ତେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ପିଏମ୍। ଖାଦ୍ୟରେ ୧୦ ପ୍ରତିଶତ ତେଲ କମାଇବାକୁ ସେ ପରାମର୍ଶ ଦେଇଛନ୍ତି ।

PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ