Seva Tirtha Photograph: (OTV)
ଆଜି ଦିଲ୍ଲୀରେ ସେବା ତୀର୍ଥ ଓ କର୍ତ୍ତବ୍ୟ ଭବନର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେବା ତୀର୍ଥ ସହ କର୍ତ୍ତବ୍ୟ ଭବନ ୧ ଏବଂ ୨ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଆଜି ଦିନ ପ୍ରାୟ ସାଢେ ୧ଟାରେ ସେବା ତୀର୍ଥ ଭବନ କମ୍ପ୍ଲେକ୍ସର ନାମକରଣ କରିବେ।
ଏହା ପରେ ସେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ ୧ ଏବଂ ୨କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବେ।ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସେବା ତୀର୍ଥରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟ ଉଦବୋଧନ ଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ PMO ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ କ୍ୟାବିନେଟ ସଚିବାଳୟ ରହିଛି। ଯାହା ପୂର୍ବରୁ ବିଭିନ୍ନ ସ୍ଥାନରେ ଅବସ୍ଥିତ ଥିଲା। ଦଶନ୍ଧି ଧରି ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଏବଂ ମନ୍ତ୍ରଣାଳୟ ସେଣ୍ଟ୍ରାଲ ଭିଷ୍ଟା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥିତ ଥିଲା। ପୁରୁଣା ଭିତ୍ତିଭୂମି ବ୍ୟବହାର କରି ପରିଚାଳିତ ହେଉଥିଲା।
କର୍ତ୍ତବ୍ୟ ଭବନ-୧ ଏବଂ କର୍ତ୍ତବ୍ୟ ଭବନ-୨ ରେ ଅର୍ଥ, ପ୍ରତିରକ୍ଷା. ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, କର୍ପୋରେଟ୍ ବ୍ୟାପାର, ଶିକ୍ଷା, ସଂସ୍କୃତି, ଆଇନ ଏବଂ ନ୍ୟାୟ, ସୂଚନା ଏବଂ ପ୍ରସାରଣ, କୃଷି ଏବଂ କୃଷକ କଲ୍ୟାଣ , ରସାୟନ ଏବଂ ସାର ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରହିଛି।
ଉଭୟ କୋଠାରେ ଡିଜିଟାଲ୍ ବ୍ୟବସ୍ଥା ଭିତ୍ତିଭୂମି ସୁବିଧା କରାଯାଇଛି। ଏହି କ୍ୟାମ୍ପସଗୁଡ଼ିକରେ ଅକ୍ଷୟ ଶକ୍ତି ପ୍ରଣାଳୀ, ଜଳ ସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା ସମାଧାନ ନେଇ ବ୍ୟବସ୍ଥା କରାଯାଇଛି। ପିଏମଓ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ୍ସ ରେ ଏହି ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/13/seva-tirtha-2026-02-13-09-53-59.jpg)