Advertisment

Ayodhya Ram Mandir: ରାମନ୍ଦିର ଶିଖରରେ ଧର୍ମ ଧ୍ବଜା ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା ରାମମନ୍ଦିର ଧ୍ବଜା ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ନଭେମ୍ବର ୨୧ ତାରିଖରୁ ୫ ଦିନ ବ୍ୟାପୀ ହେବ ଧ୍ବଜାରୋହଣ ଉତ୍ସବ। ୧୬୧ ଫୁଟ ଉଚ୍ଚ ଶିଖର ଉପରେ ଧ୍ବଜା ସ୍ଥାପନ କରାଯିବ।

RAMMANDIR

RAMMANDIR Photograph: (OTV)

Advertisment

ଅଯୋଧ୍ୟା ରାମନ୍ଦିର ଶିଖରରେ ଧର୍ମ ଧ୍ବଜା ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ପ୍ରାଣ ପ୍ରତିଷ୍ଠା ପରେ ୫ ଦିନ ବ୍ୟାପୀ ହେବ ଧ୍ବଜାରୋହଣ ଉତ୍ସବ। ଆସନ୍ତା ନଭେମ୍ବର ୨୫ ତାରିଖରେ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ଦିର ଶିଖରରେ ସେ ୨୨ ଫୁଟ ଲମ୍ବ ଓ ୧୧ ଫୁଟ ଓସାରର ଧର୍ମ ଧ୍ବଜା ସ୍ଥାପନ କରିବେ। 
ଧ୍ବଜାରୋହଣ କାର୍ଯ୍ୟକ୍ରମ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ କାର୍ଯ୍ୟକ୍ରମରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ବି ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ଏହି ଧ୍ବଜାରେ ସୂର୍ଯ୍ୟ ଏବଂ ଓମର ପ୍ରତୀକ ରହିବ। ୧୬୧ ଫୁଟ ଉଚ୍ଚ ଶିଖର ଉପରେ ଥିବା ଏକ ୪୨ ଫୁଟ ଉଚ୍ଚ ସ୍ତମ୍ଭରେ ଧ୍ବଜା ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। 
ଏହି ଧ୍ବଜା ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନକୁ ବି ସହ୍ୟ କରି ପାରିବ। ପାଞ୍ଚ ଦିନିଆ ଉତ୍ସବ ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ। ଏଥିରେ ୧୦ହଜାରରୁ ଅଧିକ ଅତିଥି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ରାମମନ୍ଦିର ସମେତ ଅନ୍ୟ ମନ୍ଦିରରେ ବି ଧ୍ବଜାରୋହଣ କରାଯିବ।

Advertisment

ଅଧିକ ଦେଖନ୍ତୁ:



•    ଅଯୋଧ୍ୟା ରାମମନ୍ଦିର ଧ୍ବଜା ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
•    ରାମନ୍ଦିର ଶିଖରରେ ଧର୍ମ ଧ୍ବଜା ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
•    ୫ ଦିନ ବ୍ୟାପୀ ହେବ ଧ୍ବଜାରୋହଣ ଉତ୍ସବ
•    ନଭେମ୍ବର ୨୫ ତାରିଖରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
•    ୨୨ ଫୁଟ ଲମ୍ବ ଓ ୧୧ ଫୁଟ ଓସାରର ଧର୍ମ ଧ୍ବଜା ସ୍ଥାପନ କରିବେ
•    ଯୋଗଦେବେ RSS ମୁଖ୍ୟ ମୋହନ ଭାଗବତ
•    ଧର୍ମ ଧ୍ବଜାରେ ରହିବ ସୂର୍ଯ୍ୟ, ଓମ୍ ପ୍ରତୀକ 
•    ୧୬୧ ଫୁଟ ଉଚ୍ଚ ଶିଖର ଉପରେ ଧ୍ବଜା ସ୍ଥାପନ କରାଯିବ
•    ଘଣ୍ଟାପ୍ରତି ୬୦ କିମି ବେଗରେ ପବନକୁ ସହ୍ୟ କରିବ ଧ୍ବଜା 
•    ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ଧ୍ବଜାରୋହଣ ସମାରୋହ

Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ