PM Modi Photograph: (OTV)
ଆମେରିକା-ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତିର ମଧ୍ୟବର୍ତ୍ତୀକାଳୀନ ରୂପରେଖ ପ୍ରକାଶ ପାଇଛି। ସବୁଠୁ ବଡ଼ କଥା ହେଉଛି ରୁଷ ତୈଳ ଆମଦାନୀ ଉପରେ ଭାରତ ଉପରେ ଲାଗିଥିବା ୨୫% ଶୁଳ୍କ ହଟାଇଛନ୍ତି ଟ୍ରମ୍ପ। ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଭାରତୀୟ ରପ୍ତାନିକାରୀଙ୍କୁ ୩୦ ଟ୍ରିଲିୟନ ଡଲାରର ବଜାର ପ୍ରଦାନ କରିବ। ଆମେରିକା ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୧୮%କୁ ହ୍ରାସ କରିବାକୁ ରାଜି ହୋଇଛି।
ଏପଟେ ଭାରତ ମଧ୍ୟ ଆମେରିକାର ଶିଳ୍ପ ଏବଂ କୃଷି ଉତ୍ପାଦ ଉପରେ ଶୁଳ୍କ ହ୍ରାସ କରିବ। ଗତ ୨ ତାରିଖରେ ଆମେରିକା ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଟାରିଫକୁ ୧୮ ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଥିଲା।
ଦୁଇ ଦେଶ ମଧ୍ୟରେ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ସହମତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହଭାଗିତାର ବର୍ଦ୍ଧିତ ଗଭୀରତା, ବିଶ୍ୱାସ ଓ କ୍ରିୟାଶୀଳତାର ପ୍ରତିଫଳିତ ବୋଲି ମୋଦି ଲେଖିଛନ୍ତି। ଚାଷୀ, ଉଦ୍ୟୋଗୀ, MSME, ଷ୍ଟାର୍ଟଅପ୍, ମତ୍ସ୍ୟଜୀବୀଙ୍କ ପାଇଁ ନୂଆ ସୁଯୋଗ। ମେକ୍ ଇନ୍ ଇଣ୍ଡିଆ'କୁ ମଜବୁତ କରିବ ବୋଲି ଲେଖିଛନ୍ତି ମୋଦି। ନିବେଶ ଏବଂ ପ୍ରଯୁକ୍ତିବିଦ୍ୟା ଆହୁରି ଆଗକୁ ବଢିବ କହିଲେ ମୋଦି। 'ବିକଶିତ ଭାରତ ନିର୍ମାଣ ଦିଗରେ ଭାରତ ଆହୁରି ଆଗକୁ ବଢିବା ଆଶା ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/07/pm-modi-2026-02-07-10-30-36.jpg)