Advertisment

PM Modi targets Congress: ମୁମ୍ବାଇ ଓ ଦେଶର ଭାବନା ସହିତ ଖେଳ ଖେଳିଥିଲେ ତତ୍କାଳୀନ ସରକାର

୨୬/୧୧ ମୁମ୍ବାଇ ଆକ୍ରମଣ ନେଇ କଂଗ୍ରେସକୁ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାକିସ୍ତାନ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ବୋଳି ପ୍ରଶ୍ନ କରିଛନ୍ତି।

26_11-ATTACK

26_11-ATTACK Photograph: (OTV)

Advertisment

୨୬/୧୧ ମୁମ୍ବାଇ ଆକ୍ରମଣ ପରେ ପାକିସ୍ତାନ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ତତ୍କାଳୀନ ସରକାର ? ଏହା ପଛର କାରଣ କଣ ଥିଲା ଓ କିଏ ରୋକିଥିଲା। ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାରେ କଂଗ୍ରେସକୁ ପ୍ରଶ୍ନବାଣ କରିବା ସହ ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)। ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଜନସଭାକୁ ସମ୍ବୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଥିଲେ। 
ନିକଟରେ ତତ୍କାଳୀନ କେନ୍ଦ୍ର ଗୃହ ମନ୍ତ୍ରୀ ପି. ଚିଦାମ୍ବରମ୍ ଦେଇଥିବା ମନ୍ତବ୍ୟକୁ ନେଇ କଟୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି, ଆକ୍ସନ ପାଇଁ କିଏ ତୁମକୁ ଅଟକାଇଲା? ଆତଙ୍କବାଦୀ ହମଲାରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଇଥିବା ବେଳେ ତତ୍କାଳୀନ ୟୁପିଏ ସରକାର ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ନେଇ ନଥିଲେ। ଦେଶବାସୀ ସେନାର ଆକ୍ସନକୁ ଅପେକ୍ଷା କରିଥିବା ବେଳେ ଅନ୍ୟ ଦେଶର ଚାପରେ ତତ୍କାଳୀନ ସରକାର ଆକ୍ସନ ନେଇ ନଥିଲେ। କଂଗ୍ରେସ ସ୍ପଷ୍ଟ କରୁ କେଉଁ ବିଦେଶୀ ଚାପରେ କିଏ ନିଷ୍ପତ୍ତି ନେଇଥିଲେ? 
ମୁମ୍ବାଇ ଓ ଦେଶର ଭାବନା ସହିତ ଖେଳ ଖେଲିଥିଲେ। କଂଗ୍ରେସର ଏହି ଦୁର୍ବଳତା ଆତଙ୍କବାଦକୁ ଆହୁରି ମଜଭୁତ କରିଛି। ଦେଶର ସୁରକ୍ଷାକୁ ଦୁର୍ବଳ କରିଛି। ଯାହା ଦେଶକୁ ବାରମ୍ବାର ଜୀବନ ହରାଇବାର ମୂଲ୍ୟ ଦେବାକୁ ପଡୁଛି। ଏବେ ତାଙ୍କ ସରକାର ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିଛି। ଦେଶର ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେଉଛି। କଂଗ୍ରେସ ନେତା ପି. ଚିଦାମ୍ବରମ ନିକଟରେ ଦାବି କରିଥିଲେ ଯେ ପ୍ରବଳ ଅନ୍ତର୍ଜାତୀୟ ଚାପ ଯୋଗୁଁ ୨୬/୧୧ ଆତଙ୍କବାଦୀ ଆକ୍ରମଣ ପରେ ତତ୍କାଳୀନ ୟୁପିଏ ସରକାର ପାକିସ୍ତାନ ବିରୋଧରେ ଆକ୍ସନ ନ ନେବାକୁ ନିଷ୍ପତ୍ତି ନେଇଥିଲା।
ଅପରେସନ ସିନ୍ଦୂରର ଉଦାହରଣ ଦେଇ ମୋଦୀ କହିଥିଲେ, "ଦେଶ ଏବଂ ଏହାର ନାଗରିକଙ୍କ ସୁରକ୍ଷା ଅପେକ୍ଷା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ"। 
ଏକ ସାମ୍ପ୍ରତିକ ସାକ୍ଷାତକାରରେ, ଚିଦାମ୍ବରମ କହିଥିଲେ: "୨୬/୧୧ ମୁମ୍ବାଇ ଆକ୍ରମଣ ପରେ ତାଙ୍କ ମନରେ ପ୍ରତିଶୋଧର ଭାବନା ଆସିଥିଲା। କିନ୍ତୁ ସେତେବେଳେ କଂଗ୍ରେସ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। କଂଗ୍ରେସ ସରକାର ଅନ୍ୟ ଦେଶର ଚାପରେ ଏହି ନିଷ୍ପତ୍ତି ନିଆ ଯାଇଥିଲା। 

Advertisment

ଅଧିକ ଦେଖନ୍ତୁ:

Prime Minister Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ