Advertisment

PM Narendra Modi: ମାଓ ଦମନ ଅଭିଯାନ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ: ୫୦-୫୫ ବର୍ଷରେ ମାଓବାଦୀ ହଜାର ହଜାର ଜୀବନ ନେଇଛନ୍ତି

ନକ୍ସଲମାନେ ବିକାଶରେ ବାଧକ ସାଜୁଥିଲେ। ମାଓବାଦୀ ଆତଙ୍କବାଦ ଯୁବପିଢିଙ୍କ ପ୍ରତି ଅନ୍ୟାୟ ଓ ଘୋର ପାପ ଥିଲା। ଯୁବବର୍ଗଙ୍କୁ ଏମିତି ଅବସ୍ଥାରେ ଛାଡି ଦେଇ ପାରି ନଥାଆନ୍ତେ।

Modi

Modi Photograph: (OTV)

Advertisment

ଦେଶରୁ ନକ୍ସଲ ଫ୍ରି ଗ୍ୟାରେଣ୍ଟି ଦେଲେ ପିଏମ୍ ମୋଦି। ୨୪ ଘଣ୍ଟାରେ ୩୦୦ରୁ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ କିଛି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଗତ ୫୦-୫୫ ବର୍ଷରେ ମାଓବାଦୀମାନେ ହଜାର ହଜାର ନିରୀହ ଜୀବନ ନେଇଛନ୍ତି। ବିକାଶରେ ବାଧକ ସାଜୁଥିଲେ। ନକ୍ସଲମାନେ ସ୍କୁଲ କିମ୍ବା ହସ୍ପିଟାଲ ନିର୍ମାଣ କରିବାକୁ ଦେଉ ନଥିଲେ କି ଡାକ୍ତରମାନଙ୍କୁ କ୍ଲିନିକ୍ ଭିତରକୁ ପ୍ରବେଶ କରିବାକୁ ବି ଦେଉ ନଥିଲେ। 
ମାଓବାଦୀ ଆତଙ୍କବାଦ ଦେଶର ଯୁବପିଢିଙ୍କ ପ୍ରତି ଏକ ଅନ୍ୟାୟ ଓ ଘୋର ପାପ ଥିଲା। ଦେଶର ଯୁବବର୍ଗଙ୍କୁ ଏମିତି ଅବସ୍ଥାରେ ତାଙ୍କ ସରକାର ଛାଡି ଦେଇ ପାରି ନଥାଆନ୍ତେ। ନକ୍ସଲ ଦମନ ଅଭିଯାନକୁ ଜୋରଦାର କରିବା ସହ ମାଓ ଉପଦ୍ରୁତ ଅଞ୍ଚଳରେ ନିରନ୍ତର ବିକାଶରେ ବଦ୍ଧ ପରିକର ଥିଲେ। ଫଳରେ ନକ୍ସଲ ହିଂସା ବହୁତ କମିଛି। ୧୧ ବର୍ଷ ପୂର୍ବେ ଦେଶର ଶତାଧିକ ଜିଲ୍ଲା ମାଓ ଆତଙ୍କରେ ପ୍ରଭାବିତ ଥିଲା। 
ଏବେ ଏହି ସଂଖ୍ୟା ୧୧ ଜିଲ୍ଲାରେ ସୀମିତ ରହିଛି। ବର୍ତ୍ତମାନ ଦେଶରେ କେବଳ ୩ଟି ଜିଲ୍ଲା ରହିଛି ଯେଉଁଠି ସର୍ବାଧିକ ମାଓବାଦୀଙ୍କ ଆତଙ୍କ ରହିଛି। ଏଥିସହ ପ୍ରଧାନମନ୍ତ୍ରୀ ଲାଲବାହିନୀକୁ କଡ଼ା ବାର୍ତ୍ତା ଦେବା ସହ ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି ଯେ, ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଓ ବିକାଶର ମୁଖ୍ୟ ଧାରା ସହ ଯୋଡ଼ିବା ପାଇଁ ସରକାର ସମ୍ପୂର୍ଣ୍ଣ ବଦ୍ଧପରିକର। ସୁରକ୍ଷା ବାହିନୀର ପ୍ରୟାସ ସକାରାତ୍ମକ ଫଳ ଦେଉଛି।

Advertisment

ଅଧିକ ଦେଖନ୍ତୁ:

PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ