Advertisment

PM Modi Celebrates Diwali: INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି; ପାକିସ୍ତାନକୁ ‘ବ୍ରହ୍ମୋସ’ ନାଁରେ ଛିଗୁଲାଇଲେ

INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ଯବାନଙ୍କ ସହ ପାଳିଛନ୍ତି ଦୀପାବଳି। ଏୟାର ଶୋ’ ଦେଖିଛନ୍ତି, ପରାକ୍ରମ ପରଖିଛନ୍ତି ଆଉ ସମୁଦ୍ର ଭିତରୁ ଶତ୍ରୁକୁ ଖୋଲା ଚେତାବନୀ ଦେଇଛନ୍ତି।

MODI

MODI Photograph: (OTV)

Advertisment

ନୌବୀରଙ୍କ ସହ ମୋଦିଙ୍କ ଦୀପାବଳି। INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ଯବାନଙ୍କ ସହ ପାଳିଛନ୍ତି ଦୀପାବଳି। ଏୟାର ଶୋ’ ଦେଖିଛନ୍ତି, ପରାକ୍ରମ ପରଖିଛନ୍ତି ଆଉ ତାସହ ସମୁଦ୍ର ଭିତରୁ ରହି ଶତ୍ରୁକୁ ଖୋଲା ଚେତାବନୀ ଦେଇଛନ୍ତି। ଗୋଆରୁ କାରୱାର୍ ଭିତରେ INS ବିକ୍ରାନ୍ତରେ ଦୀପାବଳି ସେଲିବ୍ରେଟ୍ କଲେ ପ୍ରଧାନମନ୍ତ୍ରୀ। 
ଏହି ଅବସରରେ ସମୁଦ୍ର ଗର୍ଭରୁ ନକ୍ସଲଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଖୁବ୍ ଶୀଘ୍ର ନକ୍ସଲ ମୁକ୍ତ ହେବ ଭାରତ। ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ। ୫୦ ବର୍ଷର ‘ନକ୍ସଲ ରୋଗ’ ଏବେ ନିପାତ ହେବ। ଶହେ ଜିଲ୍ଲାରୁ ୩ ଜିଲ୍ଲାରେ ସୀମିତ ନକ୍ସଲ। ଏବେ ଶୂନ୍ୟ ଆଡ଼କୁ ଆଗଉଛି ଫୋର୍ସ । ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ। ମାଟିରୁ ମହାକାଶ ପର୍ଯ୍ୟନ୍ତ ବିକାଶରେ ସେନାର ବଡ଼ ଭାଗିଦାରୀ। ଯବାନଙ୍କ ସହ ଦୀପାବଳି ପାଳନ ମୋ ପାଇଁ ସ୍ବତନ୍ତ୍ର। INS ବିକ୍ରାନ୍ତର ବିରାଟ-ବିଶେଷ-ପ୍ରତିଭା ଓ ପ୍ରତିବଦ୍ଧତାର ପ୍ରମାଣ । ଅପରେସନ୍ ସିନ୍ଦୂର ପାକିସ୍ତାନର ଅଣ୍ଟା ଭାଙ୍ଗିଛି । ସେନା ଏବେ ଆତ୍ମନିର୍ଭର। ବ୍ରହ୍ମୋସ୍ ନାଁ କହିଲେ କିଛି ଲୋକ ଭୟରେ ଥରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Advertisment

ଅଧିକ ଦେଖନ୍ତୁ:

PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ