Advertisment

PM Modi Begins Second Israel Visit: ଭାରତ-ଇସ୍ରାଏଲ୍ ସମ୍ପର୍କରେ ଯୋଡ଼ି ହେବ ନୂଆ ଅଧ୍ୟାୟ, ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ହେବ ମଜବୁତ

ଇସ୍ରାଏଲ୍ ସହ ନୂଆ କାହାଣୀ। ଭାରତ-ଇସ୍ରାଏଲ୍ ସମ୍ପର୍କରେ ଯୋଡ଼ି ହେବ ନୂଆ ଅଧ୍ୟାୟ।ଆଜିଠୁ ପିଏମ୍ ମୋଦିଙ୍କ ୨ ଦିନିଆ ଇସ୍ରାଏଲ୍ ଗସ୍ତ।ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ହେବ ଆହୁରି ମଜବୁତ।ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଚୁକ୍ତି ସମ୍ଭାବନା।

author-image
Pramod Behera
PM Modi Begins Second Israel Visit

ଭାରତ-ଇସ୍ରାଏଲ୍ ସମ୍ପର୍କରେ ଯୋଡ଼ି ହେବ ନୂଆ ଅଧ୍ୟାୟ Photograph: (OTV)

ଭାରତ-ଇସ୍ରାଏଲ୍ ସମ୍ପର୍କରେ ଯୋଡ଼ି ହେବାକୁ ଯାଉଛି ନୂଆ ଅଧ୍ୟାୟ। ଆଜିଠୁ ଦୁଇ ଦିନିଆ ଇସ୍ରାଏଲ୍ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଅ ବର୍ଷ ମଧ୍ୟରେ ଏହା ମୋଦିଙ୍କ ଦ୍ୱିତୀୟ ଇସ୍ରାଏଲ ଗସ୍ତ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ମୋଦି ଏହି ଗସ୍ତ କରିଛନ୍ତି। ପୂର୍ବରୁ ୨୦୧୭ରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଇସ୍ରାଏଲ୍ ଗସ୍ତରେ ଯାଇଥିଲେ ମୋଦି। 

Advertisment

ଏହି ଗସ୍ତ ସମୟରେ ଉଭୟ ପିଏମ୍ ମୋଦି ଓ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ବିଶେଷ କରି ପ୍ରତିରକ୍ଷା, ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, କୃଷି ଏବଂ ଜଳ ପରିଚାଳନା ଭଳି କ୍ଷେତ୍ରରେ ସହଯୋଗ ବଢ଼ାଇବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇପାରେ। 

ଦ୍ୱିପାକ୍ଷିକ ସମ୍ପର୍କ ସହ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଇସ୍ରାଏଲ୍ ରାଷ୍ଟ୍ରପତି ଇସାକ୍ ହର୍ଜୋଗଙ୍କୁ ମଧ୍ୟ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ମୋଦି।

Advertisment

  • ଇସ୍ରାଏଲ୍ ସହ ନୂଆ କାହାଣୀ
  • ଭାରତ-ଇସ୍ରାଏଲ୍ ସମ୍ପର୍କରେ ଯୋଡ଼ି ହେବ ନୂଆ ଅଧ୍ୟାୟ
  • ଆଜିଠୁ ପିଏମ୍ ମୋଦିଙ୍କ ୨ ଦିନିଆ ଇସ୍ରାଏଲ୍ ଗସ୍ତ
  • ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ହେବ ଆହୁରି ମଜବୁତ
  • ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଚୁକ୍ତି ସମ୍ଭାବନା
  • ୨୦୧୭ ପରେ ଦ୍ବିତୀୟ ଥର ପାଇଁ ମୋଦି ଯାଉଛନ୍ତି ଇସ୍ରାଏଲ୍
Netanyahu Israel Narendra Modi
Advertisment
Advertisment