Operation Kagar Photograph: (OTV)
ଡେଡଲାଇନ୍ କଣ୍ଟ ପୂରିବା ପୂର୍ବରୁ ନକ୍ସଲ ନିପାତ ଅଭିଯାନ ଜୋରଦାର। ଛତିଶଗଡ଼ରେ ଏନକାଉଣ୍ଟରରେ ପୁଣି ଟଳିଲେ ୨ ନକ୍ସଲ। ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାମୁହିଁ ହୋଇଥିଲେ। ବିଜାପୁରର ଏକ ଜଙ୍ଗଲରେ DRG, CRPF କୋବ୍ରା ଓ STF ମିଳିତ ଅପରେସନ୍ ଚଳାଇଥିଲେ।
ଏତିକିବେଳେ ମାଓବାଦଙ୍କ ସହ ଗୁଳି ବିନିମୟ ହୋଇଥିଲା। ସେତେବେଳେ ମାଓ ସଂଗଠନର ଟପ୍ ଲିଡର ପାପା ରାଓ ସେଠାରେ ଥିବା ସୂଚନା ମିଳିଛି। ଏବେ ବି ଘଟଣାସ୍ଥଳରେ କମ୍ବିଂ ଅପରେସନ୍ ଜୋରଦାର କରିଛି ସୁରକ୍ଷାବାହିନୀ।
ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଜଙ୍ଗଲ ଅଞ୍ଚଳ ଭିତରେ ସୁରକ୍ଷା ବାହିନୀ ଏକ ବଡ଼ ଧରଣର କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । ଏହି ଅଞ୍ଚଳରେ ମାଓ ଗତିବିଧି ସମ୍ପର୍କରେ ସୂଚନା ପାଇ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହି ଏନକାଉଣ୍ଟର ବସ୍ତର ଡିଭିଜନରେ ଚାଲିଥିବା ମାଓ ବିରୋଧୀ ଅଭିଯାନର ଏକ ଅଂଶ ଅଟେ ।
ବସ୍ତର ପୋଲିସ ମହାନିରୀକ୍ଷକ ପି ସୁନ୍ଦରରାଜ ଏହି ଅଭିଯାନର ନେତୃତ୍ୱ ନେଇଥିଲେ। ଅପରେସନ୍ କାଗର ଅଧିନରେ ଏହି ଏନକାଉଣ୍ଟର ଚାଲିଛି।
ମାଓ ନିପାତ ଅଭିଯାନର ଡେଡଲାଇନ୍ ୨୦୨୬ ମାର୍ଚ୍ଚ ଥିବା ବେଳେ ଲାଲବାହିନୀ ଛାନିଆ ହେଲାଣି।
୨ ମାଓବାଦୀ ନିପାତ
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ମାଓବାଦୀ ସଫା
ଛତିଶଗଡ଼ ବିଜାପୁରରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ
ମାଓବାଦୀ ଲୁଚିଥିବା ସନ୍ଦେହରେ ଜାରି ରହିଛି ଗୁଳି ବିନିମୟ
ଘଟଣାସ୍ଥଳରେ ଶୀର୍ଷ ମାଓ ନେତା ପାପା ରାଓ ରହିଥିବା ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/operation-kagar-2026-01-17-11-32-25.jpg)