Advertisment

New Motor Vehicle Rules: ଆସିଲା କଡା ନିୟମ; ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ସାବଧାନ! ହେବନି ଗାଡିର ପଞ୍ଜୀକରଣ

ଚାଲାଣ ନଭରିଲେ ହେବନି ଗାଡ଼ିର ପଞ୍ଜୀକରଣ। ଡ୍ରାଇଭିଂ ଲାଇସେନସ ସମ୍ପର୍କିତ ଆବେଦନ ଆଗକୁ ବଢ଼ିବ ନାହିଁ। ବର୍ଷରେ ୫ କିମ୍ବା ଅଧିକ ଥର ଚାଲାଣ କଟିଥିଲେ, ହେବ ଆକ୍ସନ୍।

New Motor Vehicle Rules

New Motor Vehicle Rules Photograph: (OTV)

Advertisment

ଚାଲାଣ ନଭରିଲେ ହେବନି ଗାଡ଼ିର ପଞ୍ଜୀକରଣ । ଡ୍ରାଇଭିଂ ଲାଇସେନସ ସମ୍ପର୍କିତ ଆବେଦନ ଆଗକୁ ବଢ଼ିବ ନାହିଁ। ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର। କୌଣସି ଗାଡ଼ି ଉପରେ ବର୍ଷକୁ ୫ କିମ୍ବା ତା’ଠାରୁ ଅଧିକ ଥର ଚାଲାଣ କଟିଥିଲେ, ଗାଡ଼ି ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ସାମନା କରିବାକୁ ପଡ଼ିବ। 

Advertisment

କୋର୍ଟଙ୍କ ନିର୍ଦ୍ଦେଶରେ ଚାଲାଣ ବକେୟା ଥିବା ଗାଡ଼ିକୁ ଜବତ କରାଯାଇପାରିବ। ଚାଲାଣ କଟିବାର ୧୫ ଦିନ ମଧ୍ୟରେ ପ୍ରତ୍ୟେକ୍ଷ ଭାବେ ଖିଲାପିଙ୍କ ପାଖକୁ ପଠାଯିବ। ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ତିନି ଦିନରେ ଏହା ପଠାଯିବ। ଗାଡ଼ିର ପଞ୍ଜୀକୃତ ମାଲିକଙ୍କ ପାଖରେ ଏସଏମଏସ୍  ଓ ଇମେଲ୍ ମାଧ୍ୟମରେ ମଧ୍ୟ ଚାଲାଣ ପହଞ୍ଚିପାରିବ। 

ସୂଚନା ପାଇବାର ୪୫ ଦିନ ମଧ୍ୟରେ ଚାଲାଣ ପ୍ରଦାନ କିମ୍ବା ଅଭିଯୋଗ କରିପାରିବେ ଗାଡ଼ି ମାଲିକ । ସମୟ ସୀମା ଶେଷ ପରେ କୌଣସି ପଦକ୍ଷେପ ନନେଲେ ମୋଟର ଯାନ ନିୟମ ଉଲ୍ଲଂଘନ ବୋଲି ଧରିନିଆଯିବ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ସଂଶୋଧିତ ନିୟମକୁ ନୂଆବର୍ଷରୁ ଲାଗୁ କରାଯାଇଛି।

Advertisment

୫ରୁ ଅଧିକ ଚାଲାଣ ଥିଲେ ଗାଡ଼ି ଜବତ !
ଚାଲାଣ ନଭରିଲେ ହେବନି ଗାଡ଼ିର ପଞ୍ଜୀକରଣ
ଡ୍ରାଇଭିଂ ଲାଇସେନସ ସମ୍ପର୍କିତ ଆବେଦନ ଆଗକୁ ବଢ଼ିବ ନାହିଁ
ମୋଟର ଯାନ ନିୟମରେ ହେଲା ସଂଶୋଧନ
ବର୍ଷରେ ୫ କିମ୍ବା ଅଧିକ ଥର ଚାଲାଣ କଟିଥିଲେ, ହେବ ଆକ୍ସନ୍
କୋର୍ଟଙ୍କ ନିର୍ଦ୍ଦେଶରେ ଗାଡ଼ିକୁ ଜବତ କରାଯାଇପାରିବ
ଚାଲାଣ କଟିଲେ ୩ ଦିନରେ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ପଠାଯିବ
୪୫ ଦିନ ମଧ୍ୟରେ ଚାଲାଣ ପ୍ରଦାନ କିମ୍ବା ଅଭିଯୋଗ କରିପାରିବେ ଗାଡ଼ି ମାଲିକ
ସମୟ ସୀମା ମଧ୍ୟରେ ପଦକ୍ଷେପ ନନେଲେ ନିୟମ ଉଲ୍ଲଂଘନ ଧରାଯିବ

New Motor Vehicle Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ