Advertisment

Jharkhand Air Ambulance Crash: ଏୟାର ଆମ୍ବୁଲାନ୍ସ କ୍ରାସ୍; ବିମାନରେ ନ ଥିଲା ବ୍ଲାକ୍ ବକ୍ସ!

ଝାଡ଼ଖଣ୍ଡ ଏୟାର ଆମ୍ବୁଲାନ୍ସ କ୍ରାସ୍ କୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ। ଦୁର୍ଘଟଣାଗ୍ରସ୍ତ ବିମାନରେ ବ୍ଲାକ୍ ବକ୍ସ ନଥିଲା। ବ୍ଲାକ୍ ବକ୍ସ ନଥିବା ସ୍ପଷ୍ଟ କଲେ ଯାଞ୍ଚ କରୁଥିବା ଅଧିକାରୀ।

Air Ambulance Crash Case

Air Ambulance Crash Case Photograph: (OTV)

Advertisment

ଝାଡ଼ଖଣ୍ଡ ଏୟାର ଆମ୍ବୁଲାନ୍ସ କ୍ରାସ୍ କୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ। ବିମାନରେ ନଥିଲା ବ୍ଲାକ୍  ବକ୍ସ ! ଦୁର୍ଘଟଣାଗ୍ରସ୍ତ ବିମାନରେ ବ୍ଲାକ୍ ବକ୍ସ ନଥିଲା ବୋଲି ଜଣାପଡିଛି। ବ୍ଲାକ୍ ବକ୍ସ ନଥିବା ସ୍ପଷ୍ଟ କଲେ ଯାଞ୍ଚ କରୁଥିବା ଅଧିକାରୀ। ଏପରିକି କକ୍ ପିଟ୍  ଭଏସ୍ ରେକର୍ଡର କିମ୍ବା ଫ୍ଲାଇଟ୍ ଡାଟା ରେକର୍ଡର ମଧ୍ୟ ନଥିବା ଜଣାପଡିଛି। 

Advertisment

ଗତ ୪ ବର୍ଷ ଧରି ମଧ୍ୟ ବିମାନ ବ୍ୟବହାର ହୋଇନଥିଲା। ବ୍ଲାକ୍ ବକ୍ସ ନଥିବାରୁ ଦୁର୍ଘଟଣାର କାରଣ ଜାଣିବା ବଡ଼ ଚ୍ୟାଲେଞ୍ଜ ପାଲଟିଛି। DGCA ପକ୍ଷରୁ ଜାରି ସୂଚନା ଅନୁସାରେ, ଦିଲ୍ଲୀର ରେଡବାର୍ଡ ଏୟାରୱେଜ୍ ପକ୍ଷରୁ ପରିଚାଳିତ ଏହି ଏୟାର ଆମ୍ବୁଲାନ୍ସ ସୋମବାର ରାତି ୭ଟା ୧୧ ମିନିଟରେ ରାଞ୍ଚିରୁ ଉଡ଼ାଣ ଭରିଥିଲା। 

ତେବେ ରାତି ୭ଟା ୩୪ ମିନିଟିରେ ବିମାନଟି କୋଲକାତା ଏଟିଏସ୍ ସହ ସମ୍ପର୍କ କରିଥିଲା। ପରେ ରାଡାର୍ ସହ ଏହାର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ରାଞ୍ଜିଠାରୁ ୧୩୦ କିଲୋମିଟର ଦୂର ଚତ୍ରା ଜିଲ୍ଲାର କରମାଟାଣ୍ଡ ଗାଁ ନିକଟରେ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଥିଲା।

Advertisment

ଗତ ସୋମବାର ଦିନ ଏହି ବିମାନ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଜଣେ ରୋଗୀ, ୨ ଜଣ ବିମାନ କର୍ମଚାରୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।

Jharkhand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ