Nitish Kumar Photograph: (OTV)
ଆସନ୍ତାକାଲି ବିହାରରେ ହେବ ନୂଆ ସରକାର । ନୀତୀଶ କୁମାର ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ନିର୍ବାଚନରେ NDAର ବଡ଼ ବିଜୟ ପରେ ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ସେପଟେ ଏହା ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକ ବସିଥିଲା ।
ଏଥିରେ ସମ୍ରାଟ ଚୌଧୁରୀଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ସେହିପରି ବିଜୟ ସିହ୍ନାଙ୍କୁ ବିଧାୟକ ଦଳ ଉପନେତା ଭାବେ ନିର୍ବାଚିତ କରାଯାଇଛି । ଏହି ଘୋଷଣା କରିଛନ୍ତି ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେଶବ ପ୍ରସାଦ ମୌର୍ଯ୍ୟ । ସେପଟେ ଚାଲିଛି ଜେଡିୟୁ ବିଧାୟକ ଦଳ ବୈଠକ । ଏହାପରେ ଆଜି NDAର ବିଧାୟକ ଦଳ ବୈଠକ ବସିବ ।
• କାଲି ବିହାରରେ ନୂଆ ସରକାର
• ଆସନ୍ତାକାଲି ବିହାରରେ ହେବ ନୂଆ ସରକାର
• ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର
• ନିର୍ବାଚନରେ NDAର ହୋଇଛି ବଡ଼ ବିଜୟ
• ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ଚୌଧୁରୀ ନେତା ନିର୍ବାଚିତ
• ବିଜୟ ସିହ୍ନା ବିଜେପି ବିଧାୟକ ଦଳ ଉପନେତା ନିର୍ବାଚିତ
• ଘୋଷଣା କଲେ ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେଶବ ପ୍ରସାଦ ମୌର୍ଯ୍ୟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/19/nitish-kumar-2025-11-19-13-26-06.jpg)