Advertisment

Modi Govt’s Second Budget of Third Term: କେନ୍ଦ୍ରୀୟ ବଜେଟ ପାଇଁ କାଉଣ୍ଟଡାଉନ୍; ଏଥର ମହିଳା ଓ ମଧ୍ୟବିତ୍ତଙ୍କୁ ମିଳିବ କି ବଡ଼ ଉପହାର?

ଆସନ୍ତାକାଲିଠୁ ସଂସଦର ବଜେଟ୍ ଅଧିବେଶନ। ଏଥର ମହିଳା ଓ ମଧ୍ୟବିତ୍ତଙ୍କୁ ମିଳିବ କି ବଡ଼ ଉପହାର ? ଯୁବ ପୀଢ଼ିଙ୍କୁ ସରପ୍ରାଇଜ୍ ଦେବେ କି ମୋଦି 3.O ସରକାର? ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍। ନିର୍ମଳାଙ୍କ ବଜେଟ୍ ପେଡ଼ି ଉପରେ ସାରା ଦେଶବାସୀଙ୍କ ନଜର।

author-image
Pramod Behera
Modi Govt’s Second Budget of Third Term

କେନ୍ଦ୍ରୀୟ ବଜେଟ ପାଇଁ କାଉଣ୍ଟଡାଉନ୍ Photograph: (OTV)

କେନ୍ଦ୍ରୀୟ ବଜେଟ ପାଇଁ କାଉଣ୍ଟଡାଉନ୍। ମଝିରେ ରହିଲା ଆଉ ମାତ୍ର ୪ ଦିନ। ଆସନ୍ତା ୧ ତାରିଖରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତର ନବମ ଥର ବଜେଟ ଉପସ୍ଥାପନ କରିବେ ନିର୍ମଳା। ତାଙ୍କ ବଜେଟ୍ ପେଡିରୁ କଣ ବାହାରିବ ଉତ୍ସୁକତାର ସହ ଅନାଇ ରହିଛନ୍ତି ଦେଶବାସୀ। ବେଶୀ ଆଶା ରଖିଛନ୍ତି ମଧ୍ୟବିତ୍ତ, ଯୁବବର୍ଗ ଓ ମହିଳା। ସେମାନଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି ନିର୍ମଳା ସୀତାରମଣ। ଦରଦାମ ନିୟନ୍ତ୍ରଣକୁ ଆସିଲେ ମଧ୍ୟବିତ୍ତଙ୍କୁ ପାଇଁ ବଡ଼ ଆଶ୍ବସ୍ତି ମିଳିବ। 

Advertisment

ବଜେଟକୁ ନେଇ ଲୋକଙ୍କ ଭିତରେ ଉତ୍ସାହ ବଢୁଛି। ଆଶା ବି ଢ଼େର ଅଧିକ। ୪ ଦିନ ପରେ ଖୋଲିବ ବଜେଟ୍ ପେଡ଼ି। ଫେବ୍ରୁଆରୀ ୧ରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ। ଏହା ମୋଦି ସରକାରଙ୍କ ତୃତୀୟ ପାଳିର ଦ୍ବିତୀୟ ବଜେଟ୍ ହୋଇଥିବା ବେଳେ ଅର୍ଥମନ୍ତ୍ରୀ ଭାବେ ନିର୍ମଳା ଲଗାତାର ନବମ ବଜେଟ ଉପସ୍ଥାପନ କରିବେ। କୁହାଯାଉଛି ଏଥର ମହିଳା, ମଧ୍ୟବିତ୍ତ ଓ ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଯୁବପିଢି ଉପରେ ବିଶେଷ ଧ୍ୟାନ ଦିଆଯାଇପାରେ। 

ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଦର ହ୍ରାସ ସହିତ ପେଟ୍ରୋଲ ଡିଜେଲ ଦାମ କିପରି କମିବ ତାଉପରେ ଧ୍ୟାନ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ମଧ୍ୟବିତ୍ତ ଓ ମହିଳା। ସେହିପରି ଔଷଧ, ଘର ସାମଗ୍ରୀ, ପୋଷାକ, ବାସଗୃହ ନିର୍ମାଣ ଓ ମେଡିସିନ ଦାମ୍ କମିବା ସହ ଟିକସ ଏବଂ କୃଷି ଯନ୍ତ୍ରପାତି ଶସ୍ତା ହେବା ନେଇ ଆଶାବାଦୀ ସାଧାରଣ ଲୋକ । ଗୃହିଣୀମାନେ ମୁଖ୍ୟତଃ ଡାଲି, ତେଲ, ଗ୍ୟାସ ଆଦିର ଦର କମିବା ଉପରେ ଧ୍ୟାନ ଦେବା ଉପରେ ଗୁରୁତ୍ବ ଦେଇଛନ୍ତି। 

Advertisment

ବଜେଟରେ ଅର୍ଥମନ୍ତ୍ରୀ ନିଯୁକ୍ତି, ଆୟକର, ରେଳବାଇ, ସାମରିକ ଏବଂ ଆଧୁନିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇପାରନ୍ତି। ଏହି ସମୟରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ବୀମା ଓ ରିଟାୟର୍ମେଣ୍ଟ ପ୍ଲାନିଂ ସହିତ ଜଡିତ ଖର୍ଚ୍ଚ ବହୁତ ବଢ଼ିଛି। ତେଣୁ ସେକ୍ସନ୍ 80C ଲିମିଟ୍ ବୃଦ୍ଧି ପାଇଁ ଦୀର୍ଘଦିନ ଧରି ଦାବି ହେଉଛି। ଯଦି ସରକାର ଏହି ପ୍ରସ୍ତାବକୁ ମଞ୍ଜୁର କରନ୍ତି, ତେବେ ଟ୍ୟାକ୍ସେବଲ୍ ଆୟ କମିବ। ଲୋକଙ୍କ ହାତରେ ଅଧିକ ଟଙ୍କା ରହିବ ଓ ଦୀର୍ଘମିଆଦୀ ସଞ୍ଚୟକୁ ମଧ୍ୟ ବଡ଼ ପ୍ରୋତ୍ସାହନ ମିଳିବ। 

ଅନ୍ୟପଟେ ଅର୍ଥନିତୀଜ୍ଞ କହିବା କଥା ମୋଦି ୩.୦ର ପ୍ରଥମ ବଜେଟରେ ସାଧାରଣ ଲୋକଙ୍କ ପାଇଁ ଟ୍ୟାକ୍ସରେ ବଡ ରିହାତି ଦେଇସାରିଛନ୍ତି ନିର୍ମଳା। ତେଣୁ ଏଥର ଯୁବପିଢି, ବେକାରୀ ସମସ୍ୟା ଓ ମହିଳାଙ୍କ ଦକ୍ଷତା ବିକାଶକୁ ସରକାର ଫୋକସ କରିପାରନ୍ତି। ବଜେଟରେ ଜଏଣ୍ଟ ଇନକମ ଅର୍ଥାତ୍ ସ୍ବାମୀ-ସ୍ତ୍ରୀ ରୋଜଗାର କରୁଥିଲେ ସେହି କ୍ଷେତ୍ରରେ ସିଙ୍ଗଲ ଟ୍ୟାକ୍ସ ବ୍ୟବସ୍ଥା ଆଣିପାରନ୍ତି। ଏହା ମଧ୍ୟବିତ୍ତ ପରିବାର ପାଇଁ ବଡ ଆଶ୍ବସ୍ତି ଆଣିବ ବୋଲି କହିଛନ୍ତି ମାର୍କେଟ ଏକ୍ସପର୍ଟ। 

ମୋଦି କ୍ୟାବିନେଟରେ ଅର୍ଥମନ୍ତ୍ରୀ ଭାବରେ ନିର୍ମଳା ଲଗାତାର ୯ ଥର ବଜେଟ୍ ଉପସ୍ଥାପନ କରି ରେକର୍ଡ କରିବାକୁ ଯାଉଛନ୍ତି। ପୂର୍ବରୁ ମୋରାରଜୀ ଦେଶାଇ ଅର୍ଥମନ୍ତ୍ରୀ ଭାବରେ ୧୦ଟି ବଜେଟ ଉପସ୍ଥାପନ କରିଥିଲେ।

Union Budget Modi Government Finance Minister Nirmala Sitharaman Budget
Advertisment
Advertisment