Advertisment

New Financial Rules: ବ୍ୟାଙ୍କଠୁ ଫାଷ୍ଟଟ୍ୟାଗ୍, ଏଲପିଜି... ଆଜିଠୁ ଦେଶରେ ବଦଳିଗଲା ଅନେକ ନିୟମ

ଫେବୃଆରୀ ପହିଲାରୁ ଦେଶରେ ଅନେକ ନୂଆ ଆର୍ଥିକ ନିୟମ ଲାଗୁ ହେବାକୁ ଯାଉଛି । ଟିକସ, ସିଗାରେଟ୍-ତମାଖୁ ବିକ୍ରି, ଗ୍ୟାସ୍ ସିଲିଣ୍ଡର, ଫାଷ୍ଟଟ୍ୟାଗ୍ ଓ କ୍ରେଡିଟ୍ କାର୍ଡ ସହ ବହୁ ନିୟମ ବଦଳିଯିବ ।

February-1-New-Rule

New-Rule Photograph: (OTV)

Advertisment

ଫେବୃଆରୀ ପହିଲାରୁ ଦେଶରେ ଅନେକ ନୂଆ ଆର୍ଥିକ ନିୟମ ଲାଗୁ ହେବାକୁ ଯାଉଛି । ଟିକସ, ସିଗାରେଟ୍-ତମାଖୁ ବିକ୍ରି, ଗ୍ୟାସ୍ ସିଲିଣ୍ଡର, ଫାଷ୍ଟଟ୍ୟାଗ୍ ଓ କ୍ରେଡିଟ୍ କାର୍ଡ ସହ ବହୁ ନିୟମ ବଦଳିଯିବ । ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଆୟଠୁ ନେଇ ଘରର ଖର୍ଚ୍ଚ ଓ ପକେଟ ଉପରେ ପଡିବ । ମଧ୍ୟବିତ୍ତଠୁ ନେଇ ଚାଷୀ ଓ ସରକାରୀ କର୍ମଚାରୀମାନେ ସମସ୍ତେ ପ୍ରଭାବିତ ହେବେ ।

Advertisment

ବଦଳିଲା ଫାଷ୍ଟଟ୍ୟାଗ୍ ନିୟମ: ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ନୂଆ ଫାଷ୍ଟଟ୍ୟାଗ୍ ପାଇଁ ଦରକାର ହେବନି କେୱାଇସି ଭେରିଫିକେସନ ପ୍ରକ୍ରିୟା । ଆଜିଠୁ ବ୍ୟକ୍ତିଗତ ଗାଡିଗୁଡିକ ପାଇଁ ଫାଷ୍ଟଟ୍ୟାଗ୍ ଜାରି ହେବା ପରେ କରାଯାଉଥିବା ବାଧ୍ୟତାମୂଳକ କେୱାଇସି ପ୍ରକ୍ରିୟାକୁ ବନ୍ଦ କରିଛି NHAI । ଫେବୃଆରୀ ୧ରୁ ନୂଆ ଫାଷ୍ଟଟ୍ୟାଗ୍ ଆକ୍ଟିଭେଟ କରିବା ପରେ କୌଣସି ଅତିରିକ୍ତ କେୱାଇସି ଭେରିଫିକେସନ କରିବାକୁ ପଡିବନି । ଏହାଦ୍ୱାରା ଟୋଲ ପ୍ଲାଜାରେ ଅଯଥା ରୋକ୍ କମିବ ।
SBIର ନୂଆ ନିୟମ: ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ । ଫେବୃଆରୀ ୧୫ରୁ ବଦଳିଯିବ ଏସବିଆଇ ଇମିଡିଏଟ ପେମେଣ୍ଟ ସର୍ଭିସ ବା IMPS ଟ୍ରାଞ୍ଜାକ୍ସନ ଚାର୍ଜ । ଷ୍ଟେଟବ୍ୟାଙ୍କର  IMPS (Immediate Payment Service) ଚାର୍ଜ କିଛି ପରିମାଣରେ ବଢ଼ିବ ।

ଟ୍ୟାକ୍ସରେ ବଡ଼ ପରିବର୍ତ୍ତନ: ଆଜି ଆସିବ କେନ୍ଦ୍ର ବଜେଟ୍ । ଯାହା ଟ୍ୟାକ୍ସ ସ୍ଲାବଠୁ ନେଇ ଇନ୍ଧନ ଦର ଓ ଦେଶକୁ ଅର୍ଥନୈତିକ କ୍ଷେତ୍ରକୁ ପ୍ରଭାବିତ କରିପାରେ । ସିଗାରେଟ, ପାନମସାଲା ଭଳି ତମାଖୁ ପ୍ରଡକ୍ଟ ଉପରେ ଅଧିକ ଟ୍ୟାକ୍ସ ଲାଗୁ ହେବ । ଫଳରେ ଏହିସବୁ ତମାଖୁ ଉତ୍ପାଦର ଦାମ୍ ବଢିବ । 

Advertisment

ରବିବାରରେ ସେୟାର ବଜାର ଖୋଲା: ଯଦି ଆପଣ ସେୟାର ବଜାରରେ ନିବେଶ କିମ୍ବା ଟ୍ରେଡିଂ କରନ୍ତି, ତାହେଲେ ଏ କଥା ଜାଣିରଖିବା ନିହାତି ଜରୁରୀ । ଆଜି ରବିବାରରେ ମଧ୍ୟ ଖୋଲା ରହିବ ସେୟାର ମାର୍କେଟ । ଅର୍ଥମନ୍ତ୍ରୀ ଆଜି ବଜେଟ୍ ଉପସ୍ଥାପନ କରୁଥିବାରୁ ଷ୍ଟକମାର୍କେଟ ଖୋଲାରହିବ । ସକାଳ ୯ଟା ୧୫ରୁ ଅପରାହ୍ନ ସାଢେ ୩ଟା ଯାଏଁ ଚାଲିବ ଟ୍ରେଡିଂ ।

ବଢିଲା ଏଲପିଜି ସିଲିଣ୍ଡର ମୂଲ୍ୟ:  ପ୍ରତି ମାସ ପରି ଫେବୃଆରୀ ୧ରୁ ଘରୋଇ ଓ କର୍ମସିଆଲ LPG ସିଲିଣ୍ଡର ପାଇଁ ନୂଆ ଦର ଲାଗୁ ହୋଇଛି । ବଢିଛି କମର୍ସିଆଲ ସିଲିଣ୍ଡର ମୂଲ୍ୟ । କମର୍ସିଆଲ ସିଲିଣ୍ଡର ୪୯ ଟଙ୍କା ବଢିଥିବା ବେଳେ ଘରୋଇ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

Advertisment

ଇନ୍ଧନ ମୂଲ୍ୟରେ ପରିବର୍ତ୍ତନ: ପ୍ରତି ମାସ ପହିଲାରେ ଇନ୍ଧନ ଦର ସଂଶୋଧନ କରିଥାନ୍ତି ତୈଳ କଂପାନୀ । ତେଣୁ ଆଜି ଦେଶରେ ସିଏନଜି, ପିଏନଜି ଓ ବିମାନରେ ବ୍ୟବହୃତ ଇନ୍ଧନ ବା ATF ଦରରେ ପରିବର୍ତ୍ତନ ହୋଇପାରେ । ATF ଦର ବଦଳିଲେ ବିମାନ ଟିକେଟ ମହଙ୍ଗା କିମ୍ବା ଶସ୍ତା ହୋଇପାରେ।

ଫେବୃଆରୀରେ ୧୦ ଦିନ ବ୍ୟାଙ୍କ ଛୁଟି:  RBI ଜାରି କରିଥିବା ଲିଷ୍ଟ ଅନୁସାରେ ଫେବୃଆରୀରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ ବ୍ୟାଙ୍କରେ କୌଣସି ଜରୁରୀ କାମ ଥିଲେ, ବ୍ୟାଙ୍କ ଯିବା ପୂର୍ବରୁ ପ୍ରଥମେ ଛୁଟି ଲିଷ୍ଟ ଚେକ୍ କରନ୍ତୁ । 

ବ୍ୟୁରୋ ରିପୋର୍ଟ, ଓଟିଭି

India News 'FASTag' Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ