Advertisment

Bharat Bandh: ଆସନ୍ତାକାଲି ଭାରତ ବନ୍ଦ ଡାକରା, ସାମିଲ ହେବେ ୩୦ କୋଟିରୁ ଅଧିକ ଶ୍ରମିକ

ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ ସଂଗଠନ।

Bharat Bandh

Bharat Bandh Photograph: (OTV)

Advertisment

ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ ସଂଗଠନ। ଦେଶର ୧୦ ଟ୍ରେନ ୟୁନିଅନ ସଂସ୍ଥା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।  ଚାଷୀ ସଂଗଠନ ସମର୍ଥନରେ ଅନେକ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। 

Advertisment

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, ଚାଷୀ ବିରୋଧୀ ଏବଂ କର୍ପୋରେଟ୍ ସମର୍ଥନ ନୀତି ବିରୁଦ୍ଧରେ ବନ୍ଦ ଡାକରା ଦେଇଛନ୍ତି ଶ୍ରମିକ ସଂଗଠନ। ଅଂଶଗ୍ରହଣ କରୁଥିବା ପ୍ରମୁଖ ଟ୍ରେଡ ୟୁନିଅନଗୁଡ଼ିକ ମଧ୍ୟରେ ରହିଛନ୍ତି CITU, AITUC, INTUC, HMS, AICCTU, LPF ଏବଂ UTUC।

ବନ୍ଦ ପ୍ରଭାବର ଅନେକ ରାଜ୍ୟରେ ଜନଜୀବନ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ବ୍ୟାଙ୍କ, ପରିବହନ ସେବା ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଏହି ବନ୍ଦ ପାଳନରେ ୩୦ କୋଟିରୁ ଅଧିକ ଶ୍ରମିକ ସାମିଲ ହେବେ ବୋଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଉଛି। 

Advertisment

କେନ୍ଦ୍ରର ଶ୍ରମ ସଂସ୍କାର ଏବଂ ଆର୍ଥିକ ନୀତିକୁ ବିରୋଧ କରି ଏହି ବନ୍ଦ ଆୟୋଜିତ କରିଥିବା କହିଛନ୍ତି ଶ୍ରମିକ ସଂଗଠନ। ବନ୍ଦକୁ କୃଷକ ସଂଗଠନଗୁଡ଼ିକର ସମର୍ଥନ ଆହୁରି ପ୍ରଭାବିତ କରିବ ବୋଲି କହିଛନ୍ତି ଶ୍ରମିକ ସଂଗଠନ।

Nationwide Strike Bharat Bandh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ