Pulwama Attack Photograph: (OTV)
ପୁଲୱାମା ହମଲାକୁ ପୁରିଲା ୭ ବର୍ଷ। ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ।ସେ ଦିନର ସେଇ କଳା ଦିନ କଥା ମନେ ପକାଇଲେ ଆଜି ବି ଛାତି ଥରି ଉଠେ। ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ସିଆରପିଏଫର କନଭୟ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା।
ଏହି ଭୟାବହ ଆକ୍ରମଣରେ ୪୦ ଜଣ ସାହସୀ ଯବାନ ସହିଦ ହୋଇଥିଲେ। ସେହି କଳା ଦିନର ସ୍ମୃତି ଆଜି ବି ଦେଶବାସୀଙ୍କ ହୃଦୟରେ ତାଜା ହେଇ ରହିଛି। ଦେଶର ବିଭିନ୍ନ ସ୍ଥାନରେ ସହିଦ ସ୍ମାରକରେ ପୁଷ୍ପାଞ୍ଜଳି ଓ ଦୀପ ପ୍ରଜ୍ୱଳନ କରାଯାଉଛି। ଏହି ଆକ୍ରମଣ ପରେ ଦେଶ ଆତଙ୍କବାଦ ବିରୋଧରେ ଦୃଢ଼ ପଦକ୍ଷେପ ନେଇଥିଲା ଏବଂ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/14/pulwama-attack-2026-02-14-09-48-39.jpg)