Naagin Photograph: (OTV)
ଝିଅ ପାଲଟିଲା ନାଗ କନ୍ୟା ! ରୂପ ବଦଳାଇ ଅଦୃଶ୍ୟ ହୋଇଗଲା ! ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି କି ? ଆମେ କୌଣସି ମନଗଢା କାହାଣୀ କହୁନୁ, ବରଂ ଏମିତି ଏକ ଅଦ୍ଭୁତ ଖବର ଏବେ ଉତ୍ତରପ୍ରଦେଶର ଔରେୟା ଜିଲ୍ଲାରେ ଚହଳ ପକାଇଛି । ଜଣେ ୨୪ ବର୍ଷର ଝିଅ, ଯାହାର ନାଁ ରିନା ସେ ପାଲଟିଯାଇଛି ଇଚ୍ଛାଧାରୀ ନାଗୁଣୀ । ନାଗ କନ୍ୟାର ରୂପ ବଦଳାଇ ଘରୁ ହଠାତ୍ ଗାଏବ ହୋଇଯାଇଥିବା ଚର୍ଚ୍ଚା ହେଉଛି ।
ଝିଅ ପାଲଟିଲା ନାଗକନ୍ୟା:
ସିଙ୍ଗନପୁର ଗାଁର ରାକେଶ ବାଲ୍ମିକିଙ୍କ ସାନ ଝିଅ ରିନା । ରବିବାର ରାତିରେ ରିନା ଘରେ ଶୋଇଥିଲେ । ହେଲେ ସକାଳୁ ଉଠିଲା ବେଳକୁ ମାଆ ଯାହା ଦେଖିଥିଲେ ତାଙ୍କ ହୋସ୍ ଉଡିଯାଇଥିଲା । ରୁମ୍ରେ ଝିଅ ନଥିଲା । କେବଳ ଖଟ ଉପରେ ସେ ପିନ୍ଧିଥିବା ଡ୍ରେସ୍ ଓ ଗହଣା ଥିଲା, ଆଉ ଡ୍ରେସ ଭିତରେ ଗୁଡାଇ ହୋଇଥିଲା ଗୋଟିଏ ୫ ଫୁଟ ଲମ୍ବର ସାପ କାତି । ରୁମ୍ର ଚଟାଣ ତଳେ ଗୋଟିଏ ସାପ ହୁଙ୍କା ବି ଥିଲା । ନିଆଁ ଭଳି ସାରା ଗାଁରେ ବ୍ୟାପିଗଲା ଏ ଖବର । ରିନା ଜଣେ ଇଚ୍ଛାଧାରୀ ନାଗୁଣୀ ବୋଲି ଚାରିଆଡେ ଚହଳ ପଡିଲା । କେହି କେହି ଯୁବତୀଙ୍କୁ ନାଗ ଉଠାଇ ନେଇଥିବା କହୁଛନ୍ତି ।
ଇଚ୍ଛାଧାରୀ ନାଗୁଣୀ ରହସ୍ୟ:
ତା' ହେଲେ କ'ଣ ଇଚ୍ଛାଧାରୀ ନାଗୁଣୀର କାହାଣୀ ସତ ? ବାସ୍ତବରେ ପୃଥିବୀରେ ଇଚ୍ଛାଧାରୀ ନାଗ-ନାଗୁଣୀ ଅଛନ୍ତି କି ? ଏ କଥା ତ ଆମେ ଜାଣିନୁ, ହେଲେ ଉତ୍ତରପ୍ରଦେଶର ଏହି ନାଗକନ୍ୟା କାହାଣୀ ପଛର ଅସଲ ସତ ଆସିଛି ସାମ୍ନାକୁ ।
ପୋଲିସ ଛାନଭିନ୍ରୁ ଜଣାପଡିଛି, ରିନା ଜଣେ ପୁଅକୁ ଭଲ ପାଉଥିଲା, ହେଲେ ଘର ଲୋକେ ଅନ୍ୟ ଜାଗାରେ ତାଙ୍କ ବିବାହ ସ୍ଥିର କରିଥିଲେ । ବାହାଘରରୁ ବଞ୍ଚିବା ପାଇଁ ସେ ଲୁଚିକି ଘରୁ ପଳାଇବା ସହ ଇଚ୍ଛାଧାରୀ ନାଗୁଣୀର ଡ୍ରାମା ରଚିଥିଲେ । ସମସ୍ତଙ୍କୁ ବିଶ୍ୱାସ କରାଇଥିଲେ ଯେ ସେ ସବୁବେଳେ ନାଗ ସ୍ବପ୍ନ ଦେଖୁଛନ୍ତି ଓ ନିଜେ ଜଣେ ଇଚ୍ଛାଧାରୀ ନାଗୁଣୀ ବୋଲି... ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/11/uttar-pradesh-naagin-mystry-2026-02-11-15-15-21.jpg)