Anti-Maoist Operation Photograph: (OTV)
ଛତିଶଗଡ଼ରେ ବିନାଶ ଦ୍ବାରଦେଶରେ ଲାଲ ବାହିନୀ। ବସ୍ତରରେ ପୁଣି ବଡ଼ ଧରଣର ଅପରେସନରେ ନିପାତ ହେଲେ ୧୪ ମାଓବାଦୀ। ଏନକାଉଣ୍ଟରରେ ଟଳିଲା ମୋଷ୍ଟ ୱାଣ୍ଟେଟ୍ ଟପ୍ ନକ୍ସଲ ନେତା ସଚିନ ମଙ୍ଗୁଡୁ। ସେ କୋଣ୍ଟା ଏରିଆ ଡିଭିଜିନାଲ୍ କମିଟିର ସଦସ୍ୟ ଥିଲା।
କୋଣ୍ଟା କିସ୍ତରାମ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀ ଲୁଚିଥିବା ସୂଚନା ପାଇ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ। ଏତିକିବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ଗତବର୍ଷ ଛତିଶଗଡ଼ ବସ୍ତର ଡିଭିଜିନରେ ୨୫୬ ନକ୍ସଲ ନିପାତ ହୋଇଛନ୍ତି। ୧୫ଶହରୁ ଅଧିକ ଆତ୍ମସମର୍ପଣ କରିଥିବା ବସ୍ତର ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି।
ମାର୍ଚ୍ଚ ୨୦୨୬ ଡେଡଲାଇନ୍ ପାଖଉ ଥିବା ବେଳେ ଦେଶର ମାଓ ନିପାତ ଅଭିଯାନ ଚାଲିଛି। ସୁରକ୍ଷାକର୍ମୀଙ୍କ ଅପରେସନରେ ଭୟଭୀତ ହୋଇ ସଂଗଠନ ଛାଡୁଛନ୍ତି ମାଓବାଦୀ। ଗତକାଲି ତେଲେଙ୍ଗାନାରେ ୨୦ ଆତ୍ମସମର୍ପଣ କରିଛନ୍ତି। ତେଲେଙ୍ଗାନା ପୋଲିସ ଡିଜିଙ୍କ ଉପସ୍ଥିତିରେ ସେମାନେ ସମାଜର ମୁଖ୍ୟ ସ୍ରୋତକୁ ଫେରିଛନ୍ତି।
ସେମାନଙ୍କ ପାଖରୁ ଜବତ ହୋଇଛି ଆମେରିକା ନିର୍ମିତ କୋଲ୍ଟ ରାଇଫଲ୍, ଇସ୍ରାଏଲ ନିର୍ମିତ ଟାଭୋର୍ ରାଇଫଲ୍, AK-47, INSAS ରାଇଫଲ୍ ଓ SLR ରାଇଫଲ୍ ସମେତ ମୋଟ ୪୮ ଅସ୍ତ୍ରଶସ୍ତ୍ର। ବିପୁଳ ପରିମାଣର ଗୁଳିଗୋଳା ସହ ନଗଦ ୨୦ ଲକ୍ଷ ୩୦ ହଜାର ଟଙ୍କା ବି ଜବତ ହୋଇଛି।
ଆଉ ୧୪ ମାଓବାଦୀ ନିପାତ
ବସ୍ତରରେ ପୁଣି ବଡ଼ଧରଣର ମାଓ ଅପରେସନ
ନିପାତ ହେଲେ ୧୪ ମାଓବାଦୀ
ଟଳିଲା ଟପ୍ ନକ୍ସଲ ନେତା ସଚିନ ମଙ୍ଗୁଡୁ
କୋଣ୍ଟା ଏରିଆ ଡିଭିଜିନାଲ୍ କମିଟିର ସଦସ୍ୟ ଥିଲା ସଚିନ୍
ଗତବର୍ଷ ବସ୍ତର ଡିଭିଜିନରେ ନିପାତ ହୋଇଥିଲେ ୨୫୬ ନକ୍ସଲ
୧୫ଶହରୁ ଅଧିକ ମାଓବାଦୀ କରିଛନ୍ତି ଆତ୍ମସମର୍ପଣ
ମାର୍ଚ୍ଚ ୨୦୨୬, ମାଓବାଦୀଙ୍କ ପାଇଁ ଡେଡଲାଇନ୍
ଆଜି ତେଲେଙ୍ଗାନାରେ ୨୦ ମାଓବାଦୀଙ୍କ ଆତ୍ମସମର୍ପଣ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/04/anti-maoist-operation-2026-01-04-12-07-24.jpg)