MODI-PUTIN Photograph: (OTV)
ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ଫୋନ୍ କଲେ ମୋଦି। ରୁଷ ରାଷ୍ଟ୍ରପତି ପୁଟିନଙ୍କୁ କଲ୍ କରି ୭୩ତମ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)। ଏଥି ସହ ପୁଟିନଙ୍କୁ ସୁସ୍ଥତା ଓ ସମସ୍ତ କାର୍ଯ୍ୟରେ ସଫଳତା ପାଇଁ ବି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏ ନେଇ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
କଥାବାର୍ତ୍ତା ବେଳେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କ ଅଗ୍ରଗତି ସମୀକ୍ଷା କରିଥିଲେ। ଭାରତ ଓ ରୁଷ ମଧ୍ୟରେ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ନେଇ ପ୍ରତିବଦ୍ଧତାକୁ ଦୋହରାଇଥିଲେ ମୋଦି ଓ ପୁଟିନ୍। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରପତି ପୁଟିନଙ୍କୁ ଭାରତରେ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି। ଆସନ୍ତା ଡିସେମ୍ବର ୫ ତାରିଖରେ ପୁଟିନ୍ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ନିକଟରେ ସେପ୍ଟେମ୍ବର ୧୭ ତାରିଖରେ ପିଏମ୍ ମୋଦିଙ୍କୁ ଜନ୍ମଦିନରେ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ ରୁଷ୍ ରାଷ୍ଟ୍ରପତି ପୁଟିନ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/08/modi-putin-2025-10-08-11-27-34.jpg)