Advertisment

Mobile Tower Era May End: ସରିଯିବ ଟାୱାର୍ ଯୁଗ! ଆଜି ବ୍ଲୁ ବର୍ଡ ବ୍ଲକ-2 ମିଶନ୍

ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସୃଷ୍ଟି ହେବ। ଆଜି ମହାକାଶକୁ ଯିବ ବ୍ଲୁ ବର୍ଡ ବ୍ଲକ-2 ସାଟେଲାଇଟ୍। ସକାଳ ୮ଟା ୫୪ ମିନିଟରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ।

BlueBird

BlueBird Photograph: (OTV)

Advertisment

ମୋବାଇଲ୍ ନେଟୱର୍କ ପାଇଁ ଆଉ ଟାୱାର ଆବଶ୍ୟକ ପଡ଼ି ନପାରେ। ବିନା ଟାୱାରରେ ଇଣ୍ଟରନେଟ୍ ଚାଲିବ, ଫୋନରେ କଥା ବି ହୋଇପାରିବେ। ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଅପେକ୍ଷାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ। 

Advertisment

ଆଜି ମହାକାଶକୁ ଯିବ ବ୍ଲୁ ବର୍ଡ ବ୍ଲକ-2 ସାଟେଲାଇଟ୍। ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍। ଆଜି ସକାଳ ୮ଟା ୫୪ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ଏହି ଉପଗ୍ରହ ଉତକ୍ଷେପଣ ହେବ। LVM3-M6 ମିଶନ ଜରିଆରେ ଆମେରିକୀୟ କମ୍ପାନୀର ଯୋଗାଯୋଗ ଉପଗ୍ରହ ବ୍ଲୁବର୍ଡ ବ୍ଲକ-2କୁ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରାଯିବ। 

ମିଶନ ସଫଳ ହେଲେ ଏହା ଭାରତ ସମେତ ସାରା ବିଶ୍ବ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହେବ। ମିଶନ ସଫଳ ହେଲେ ବିନା ମୋବାଇଲ୍ ଟାୱାର ରେଞ୍ଜରେ ଥିଲେ ବି ସିଗନାଲ୍ ମିଳିବ। ସାଟେଲାଇଟ ସଠିକ୍ କକ୍ଷପଥରେ ସ୍ଥାପିତ ହେଲେ ଓ ପରୀକ୍ଷଣ ସଫଳ ରହିଲେ ଏହା 4G ଓ 5G ସ୍ମାର୍ଟଫୋନକୁ ସିଧାସଳଖ ସେଲୁଲାର ବ୍ରଡବ୍ୟାଣ୍ଡ ସଂଯୋଗ ଦେବ। ଗ୍ରାହକଙ୍କୁ କୌଣସି ଅତିରିକ୍ତ ଆଣ୍ଟିନା କିମ୍ବା କଷ୍ଟମାଇଜ୍ ହୋଇଥିବା ହାର୍ଡୱେର ଆବଶ୍ୟକ ହେବ ନାହିଁ। 

Advertisment

ବର୍ତ୍ତମାନ ସେଲ୍ ଫୋନଗୁଡ଼ିକୁ 4G କିମ୍ବା 5G ନେଟୱାର୍କ ପାଇଁ ମୋବାଇଲ୍ ଟାୱାର ଆବଶ୍ୟକ। କିନ୍ତୁ ଏହି ସାଟେଲାଇଟର ପରୀକ୍ଷଣ ସଫଳ ହେଲେ ମୋବାଇଲ୍ ଟାୱାର ଯୁଗ ଶେଷ ହୋଇଯାଇପାରେ। ସେହିପରି ଅପହଞ୍ଚ ଗ୍ରାମାଞ୍ଚଳ, ମହାସାଗର ଓ ବିମାନ ଯାତ୍ରା ସମୟରେ ନେଟୱାର୍କ କଭରେଜ୍ ସମସ୍ୟାକୁ ଦୂର କରିପାରିବ।

ସରିଯିବ ଟାୱାର୍ ଯୁଗ !
ଆଜି ବ୍ଲୁ ବର୍ଡ ବ୍ଲକ-2 ମିଶନ୍
ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ 
ଆଜି ମହାକାଶକୁ ଯିବ ବ୍ଲୁ ବର୍ଡ ବ୍ଲକ-2 ସାଟେଲାଇଟ୍
ସକାଳ ୮ଟା ୫୪ ମିନିଟରେ ଶ୍ରୀହରିକୋଟାରୁ ଉତକ୍ଷେପଣ
ମିଶନ ସଫଳ ହେଲେ ମିଳିବ ବଡ଼ ଫାଇଦା
ମୋବାଇଲ୍ ନେଟୱର୍କ ପାଇଁ ଦରକାର ପଡ଼ିବନି ଟାୱାର
ବିନା ଟାୱାରରେ ଇଣ୍ଟରନେଟ୍ ମିଳିବ
4G ଓ 5G ସ୍ମାର୍ଟଫୋନକୁ ସିଧାସଳଖ ସେଲୁଲାର ବ୍ରଡବ୍ୟାଣ୍ଡ ସଂଯୋଗ ଦେବ
ଗ୍ରାହକଙ୍କୁ କୌଣସି ଅତିରିକ୍ତ ଆଣ୍ଟିନା ଆବଶ୍ୟକ ହେବ ନାହିଁ

Advertisment
ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ