Advertisment

Manipur Horror: ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମରିଗଲେ ପଛେ ମିଳିଲାନି ନ୍ୟାୟ !

ଅପହରଣ ପରେ ଗଣଦୁଷ୍କର୍ମ । ୨୦ ବର୍ଷୀୟା ଯୁବତୀଙ୍କୁ ଝୁଣି ଖାଇଯାଇଥିଲେ ଜହ୍ଲାଦ । ମରିଗଲେ ସିନା ମିଳିପାରିଲାନି ନ୍ୟାୟ । ଦୁଇ ବର୍ଷ ତଳେ ମଣିପୁରରେ ସାମ୍ପ୍ରଦାୟିକ ହିଂସା ସମୟରେ ଗଣଦୁଷ୍କର୍ମର ଶିକାର ପୀଡିତାଙ୍କ ମୃତ୍ୟୁ ।

18

Manipur Horro Photograph: (OTV)

Advertisment

ଅପହରଣ ପରେ ଗଣଦୁଷ୍କର୍ମ । ୨୦ ବର୍ଷୀୟା ଯୁବତୀଙ୍କୁ ଝୁଣି ଖାଇଯାଇଥିଲେ ଜହ୍ଲାଦ । ମରିଗଲେ ସିନା ମିଳିପାରିଲାନି ନ୍ୟାୟ ।
ଦୁଇ ବର୍ଷର ଯମ ଯନ୍ତ୍ରଣା । ହସ୍ପିଟାଲରେ ବେଡ୍‌ରେ ନିଇତି ଜୀବନ ମୃତ୍ୟୁ ସହ ସଂଗ୍ରାମ କରି କରି ଶେଷରେ ଆଖିବୁଜିଲେ ମଣିପୁର ପୀଡିତା । ଦୁଇ ବର୍ଷ ତଳେ ମଣିପୁରରେ ଘଟିଥିବା କୁକି ଓ ମୈତେଇ ସାମ୍ପ୍ରଦାୟିକ ହିଂସା ସମୟରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିଲା ।

Advertisment

ଖସିଆସିଥିଲେ ନରରାକ୍ଷସଙ୍କ କବଳରୁ:

ପୀଡିତା ଥିଲେ କୁକି ସମ୍ପ୍ରଦାୟର । ଅନ୍ୟ ସଂପ୍ରଦାୟର ୪ ଜଣ ହତିୟାରଧାରୀ ଲୋକେ ତାଙ୍କୁ ଅପହରଣ କରି ଏକ ପାହାଡିଆ ଅଞ୍ଚଳକୁ ନେଇଯାଇଥିଲେ । ସେଠି ୩ ଜଣ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ ଏବଂ ପଣବନ୍ଦୀ କରି ରଖି ଅସହ୍ୟ ନିର୍ଯାତନା ଦେଇଥିଲେ । କିଛି ଦିନ ପରେ କୌଣସିମତେ ସେଠାରୁ ଖସି ଆସିବାରେ ସଫଳ ହୋଇଥିଲେ ପୀଡିତା । ପନିପରିବା ବୋଝେଇ ଅଟୋ ଭିତରେ ଲୁଚିକି ଆସି ଘରେ ପହଞ୍ଚିଥିଲେ । 

ମଣିପୁର ପୀଡିତାଙ୍କ ମୃତ୍ୟୁ
ସେତେବେଳେ ସେହି ନରରାକ୍ଷସଙ୍କ କବଳରୁ ପୀଡିତା ଯୁବତୀଙ୍କ ଜୀବନ ବଞ୍ଚିଯାଇଥିଲା ସତ କିନ୍ତୁ ଆତ୍ମା ମରିସାରିଥିଲା । ଗୁରୁତର ହୋଇପଡିଥିଲା ସ୍ୱାସ୍ଥ୍ୟବସ୍ଥା । ଗଭୀର ଶାରିରୀକ ଓ ମାନସିକ ଆଘାତ ସହ ଗର୍ଭାଶୟରେ ଜଟିଳତା ଯୋଗୁଁ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । 
ଗୌହାଟ୍ଟୀର ଚିକିତ୍ସିତ ହେଉଥିବା ବେଳେ ଶେଷରେ ଦୀର୍ଘ ଦୁଇ ବର୍ଷର ସଂଘର୍ଷ ପରେ ପୀଡିତାଙ୍କ ମୃତ୍ୟୁ ହୋଇଛି । ଏନେଇ ସେତେବେଳେ ଥାନାରେ ଏତଲା ଦିଆଯାଇଥିଲା । ହେଲେ ଝିଅ ବଞ୍ଚି ଥାଉ ଥାଉ ନ୍ୟାୟ ମିଳିପାରିଲା ନାହିଁ ବୋଲି କହିଛନ୍ତି ପୀଡିତାଙ୍କ ପରିବାର ଲୋକେ । 

Advertisment

ବ୍ୟୁରୋ ରିପୋର୍ଟ, ଓଟିଭି

Gang Rape Manipur Communal Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ