Advertisment

Mamata Banerjee in SC: ସୁପ୍ରିମକୋର୍ଟରେ ମମତା; SIR ପ୍ରକ୍ରିୟା ଅଭିଯୋଗ ମାମଲାର ଶୁଣାଣି

ପଶ୍ଚିମବଙ୍ଗରେ SIR ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ଥିବା ବେଳେ ଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Mamata Banerjee

Mamata Banerjee Photograph: (OTV)

Advertisment

ପଶ୍ଚିମବଙ୍ଗରେ SIR ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ଥିବା ବେଳେ ଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସୁପ୍ରିମକୋର୍ଟ ପରିସରରେ ଉପସ୍ଥିତ ଅଛନ୍ତି ଦିଦି। ସେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ ନିଜର ମତ ରଖିପାରନ୍ତି। 

Advertisment

ଏଥିପାଇଁ ସୁପ୍ରିମକୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା SIR ପ୍ରକ୍ରିୟାକୁ ବିରୋଧ କରିଆସୁଛନ୍ତି ଦିଦି। ପଶ୍ଚିମବଙ୍ଗରେ SIR ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଗତ ଡିସେମ୍ବର ୨୫ରେ ଆରମ୍ଭ ହୋଇଥିବା ବେଳେ ପ୍ରାୟ ୫୮ ଲକ୍ଷ ଲୋକଙ୍କ ଭୋଟର ଲିଷ୍ଟରୁ ନାଁ କଟାଯାଇଛି।

ଏହା ବେଆଇନ ବୋଲି ଅଭିଯୋଗ କରିଛନ୍ତି ମମତା । ମୃତ ବୋଲି ଦର୍ଶାଯାଇ ଭୋଟର ଲିଷ୍ଟରୁ ଯେଉଁମାନଙ୍କ ନାଁ କଟିଛି, ପ୍ରକୃତରେ ସେମାନେ ଜୀବିତ ବୋଲି ଦିଦି ଅଭିଯୋଗ ଉଠାଇଛନ୍ତି। ଏମିତିକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗତ ଶନିବାର ସନ୍ଧ୍ୟାରେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖି ରାଜ୍ୟରେ ଭୋଟର ତାଲିକାରେ ଚାଲିଥିବା ସ୍ପେଶାଲ ଇନଟେନସିଭ ରିଭିଜନ ଆଭିମୁଖ୍ୟ ଓ ପଦ୍ଧତିକୁ ବିରୋଧ କରିଥିଲେ । 

Advertisment

ଏହି ପ୍ରକ୍ରିୟା ଲୋକଙ୍କ ପାଇଁ ଅତ୍ୟନ୍ତ ଅସୁବିଧା ସୃଷ୍ଟି କରିଛି ବୋଲି ମମତା ଦର୍ଶାଇଛନ୍ତି। ଏମିତିକି ପୂର୍ବରୁ ଏହାକୁ ନେଇ ମୁଖ୍ୟ ନିର୍ବାଚନ କମିଶନ ଓ ଦିଦିଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଏନେଇ ସୁପ୍ରିମକୋର୍ଟରେ ଦ୍ବାରସ୍ତ ହୋଇଛନ୍ତି ମମତା ବାନାର୍ଜୀ।

Supreme Court Mamata Banerjee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ