Advertisment

Jubin Garg’s Death Case: ଜୁବିନଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ, ହତ୍ୟା: ବଡ଼ ଖୁଲାସା କଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ସିଙ୍ଗର ଜୁବିନ୍ ଗର୍ଗଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲ୍ଲାସା। ଆସାମ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସୂଚନା। କୌଣସି ଦୁର୍ଘଟଣା କି ଅପରାଧିକ ଷଡ଼ଯନ୍ତ୍ର ନଥିଲା। ଯୋଜନାବଦ୍ଧ ହତ୍ୟା ଥିଲା।

Jubin Garg

Jubin Garg Photograph: (OTV)

Advertisment

ସିଙ୍ଗର ଜୁବିନ୍ ଗର୍ଗଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ, ବରଂ ହତ୍ୟା। ତାଙ୍କୁ ଜଣେ ହତ୍ୟା କଲେ, ଅନ୍ୟମାନେ ସହାୟତା କରିଥିଲେ। ଜୁବିନଙ୍କ ମୃତ୍ୟୁ ରହସ୍ୟ ଭିତରେ ଆସାମ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେ କହିଛନ୍ତି, ଜୁବିନଙ୍କ ମୃତ୍ୟୁ କୌଣସି ଦୁର୍ଘଟଣା କି ଅପରାଧିକ ଷଡ଼ଯନ୍ତ୍ର ନଥିଲା। ବରଂ ସିଙ୍ଗାପୁରରେ ଯୋଜନାବଦ୍ଧ ହତ୍ୟା ଥିଲା।

Advertisment

ପ୍ରାରମ୍ଭିକ ତଦନ୍ତରୁ ଏକଥା ସ୍ପଷ୍ଟ ହୋଇଥିଲା। ଏଥିପାଇଁ ଜୁବନିଙ୍କ ମୃତ୍ୟୁର ୩ଦିନ ପରେ ମାମଲାରେ ଲାଗିଥିଲା BNS ଧାରା ୧୦୩। ଏହି ମାମଲାରେ ଆସାମ ପୋଲିସର କ୍ରାଇମବ୍ରାଞ୍ଚ ଦ୍ବାରା ଗଠିତ ଏସଆଇଟି ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରିଛି। ୨୫୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି।

ଅଭିଯୁକ୍ତଙ୍କ ଭିତରୁ ଜଣେ ଜୁବିନଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟମାନେ ସହାୟତା କରିଥିଲେ। ହତ୍ୟା ମାମଲାରେ ୪-୫ ଜଣଙ୍କ ନାଁରେ ମାମଲା ହୋଇଛି। ସେପ୍ଟେମ୍ବର ୧୯ ତାରିଖରେ ସିଙ୍ଗାପୁରରେ ରହସ୍ୟଜନକ ଭାବରେ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଥିଲା।

Advertisment

•    ଜୁବିନଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ, ହତ୍ୟା
•    ସିଙ୍ଗର ଜୁବିନ୍ ଗର୍ଗଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା
•    ଆସାମ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସୂଚନା
•    'କୌଣସି ଦୁର୍ଘଟଣା କି ଅପରାଧିକ ଷଡ଼ଯନ୍ତ୍ର ନଥିଲା'
•    'ସିଙ୍ଗାପୁରରେ ଯୋଜନାବଦ୍ଧ ହତ୍ୟା ଥିଲା'
•    'ଜଣେ ହତ୍ୟା କଲେ, ଅନ୍ୟମାନେ ସହାୟତା କରିଥିଲେ'
•    ପ୍ରାରମ୍ଭିକ ତଦନ୍ତରୁ ହତ୍ୟା ସ୍ପଷ୍ଟ ହୋଇଥିଲା
•    ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରାଯାଇଛି
•    ୨୫୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି
•    ୪-୫ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ
•    ସେପ୍ଟେମ୍ବର ୧୯ରେ ସିଙ୍ଗାପୁରରେ ଜୁବିନଙ୍କ ରହସ୍ୟଜନକ ମୃତ୍ୟୁ

Assam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ