Advertisment

Khamenei's Death Sparks Reactions Across India: ଖାମେନେଇ ମୃତ୍ୟୁ; ଭାରତରେ ଜୋରଦାର ବିକ୍ଷୋଭ, ଆଲିପୁରରେ ତିନି ଦିନ ଶୋକ

ଖାମେନେଇ ମୃତ୍ୟୁ ପରେ ଭାରତର ବିଭିନ୍ନ ସ୍ଥାନରେ ପ୍ରତିବାଦ। ଜାମ୍ମୁ କାଶ୍ମୀର, ଲଦାଖ ଏବଂ ଲକ୍ଷ୍ନୌରେ ସିଆ ମୁସଲିମଙ୍କ ବିକ୍ଷୋଭ। ବେଙ୍ଗାଲୁରୁର ଆଲିପୁରରେ ତିନି ଦିନ ଶୋକ ଘୋଷଣା।

Khamenei's death sparks reactions across India

Khamenei's death sparks reactions across India Photograph: (OTV)

Advertisment

ଖାମେନେଇ ମୃତ୍ୟୁ ପରେ ଭାରତର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି। ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନ ସହିତ, ଲଦାଖ ଏବଂ ଲକ୍ଷ୍ନୌରେ ସିଆ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ କରାଯାଇଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ହତ୍ୟା ପ୍ରତିବାଦରେ ଶହଶହ ଲୋକ ରାଜାରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। 

Advertisment

ଲକ୍ଷ୍ନୌରେ ସିଆ ସମ୍ପ୍ରଦାୟର ସଦସ୍ୟମାନେ ଶୋକ ଶୋଭାଯାତ୍ରା କରିଥିଲେ। ବେଙ୍ଗାଲୁରୁର ଆଲିପୁରରେ ତିନି ଦିନ ଶୋକ ଘୋଷଣା କରିଯାଇଛି। ଆମେରିକା ଓ ଇସ୍ରାଏଲ ନୀରିହ ଲୋକଙ୍କ ଉପରେ ଆତ୍ୟାଚାର କରୁଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଲୋକମାନେ ରାସ୍ତାକୁ ଓହ୍ଲାଇ ଇସ୍ରାଏଲ ଏବଂ ଆମେରିକା ବିରୁଦ୍ଧରେ ସ୍ଲୋଗାନ ଦେଇଛନ୍ତି।

India khamenei death Ayatollah Ali Khamenei
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ