Advertisment

Jaishankar Briefs Rajya Sabha: ଭାରତୀୟଙ୍କ ସୁରକ୍ଷା ପ୍ରଥମ ଅଗ୍ରାଧିକାର, ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି ପିଏମ୍: ବୈଦେଶିକ ମନ୍ତ୍ରୀ

ମଧ୍ୟପ୍ରାଚ୍ୟରେ ମୁଖ୍ୟତଃ ଇରାନ୍-ଇସ୍ରାଏଲ୍-ଆମେରିକା ଯୁଦ୍ଧ ତୀବ୍ରତର ହେବା ଘଟଣାରେ ବିବୃତ୍ତି ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।

S Jaishankar

S Jaishankar Photograph: (OTV)

Advertisment

ମଧ୍ୟପ୍ରାଚ୍ୟରେ ମୁଖ୍ୟତଃ ଇରାନ୍-ଇସ୍ରାଏଲ୍-ଆମେରିକା ଯୁଦ୍ଧ ତୀବ୍ରତର ହେବା ଘଟଣାରେ ବିବୃତ୍ତି ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଏସ୍ ଜୟଶଙ୍କର ମଧ୍ୟ ପ୍ରାଚ୍ୟ ସଙ୍କଟର ବର୍ତ୍ତମାନ ପରିସ୍ଥିତି, ଭାରତର କୂଟନୈତିକ ପ୍ରୟାସ, ଭାରତୀୟ ନାଗରିକଙ୍କ ସୁରକ୍ଷା (ବିଶେଷକରି ପଶ୍ଚିମ ଏସିଆରେ କାମ କରୁଥିବା ଭାରତୀୟଙ୍କ ଉଦ୍ଧାର), ଶକ୍ତି ବଜାର, ଅର୍ଥନୈତିକ ପ୍ରଭାବ ଏବଂ ଭାରତର ସ୍ଥିତି ଉପରେ ଆଲୋଚନା କରିଛନ୍ତି। 

Advertisment

ରାଜ୍ୟସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି ସମ୍ପର୍କରେ ଅବଗତ କରିବା ସହ କହିଛନ୍ତି ଯେ, ଉପସାଗରୀୟ ରାଷ୍ଟ୍ରରେ ଥିବା ଭାରତୀୟଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି। ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିଛନ୍ତି। ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି ପିଏମ୍ ମୋଦି। ଅଶୋଧିତ ତୈଳ ସ୍ଥିତି ନେଇ ସରକାର ଆଲର୍ଟ ଅଛନ୍ତି। ଉପସାଗରୀୟ ରାଷ୍ଟ୍ରଗୁଡିକ ଆମର ବ୍ୟାବସାୟିକ ବନ୍ଧୁ। 

ସେମାନଙ୍କ ସହ ଆମର କୋଟି କୋଟି ଟଙ୍କାର ବ୍ୟବସାୟ ହେଉଛି। ଉପସାଗରୀୟ ରାଷ୍ଟ୍ରରେ ୧ କୋଟି ଭାରତୀୟ ବସବାସ କରୁଛନ୍ତି। ତେହେରାନରେ ଥିବା ଭାରତୀୟ ଦୂତାବାସ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରହିଛି। ଇରାନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି। କିଛ ଛାତ୍ରଙ୍କୁ ଆର୍ମେନିଆ ରାସ୍ତାରେ ଅଣାଯାଇଛି। ଇରାନ ନେତୃବୃନ୍ଦଙ୍କ ସହ ଯୋଗାଯୋଗ କରିବା କଷ୍ଟକର ହେଉଛି। ଇରାନୀୟ ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଛି। କୋଚିରେ ଇରାନୀୟ ଯୁଦ୍ଧ ଜାହାଜକୁ ଡକିଂ ଅନୁମତି ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ସୂଚନାଯୋଗ୍ୟ, କଂଗ୍ରେସ ସମେତ ବିରୋଧୀ ଦଳମାନେ ଏହି ବିଷୟରେ ପୂର୍ଣ୍ଣ ବିତର୍କ ଦାବି କରିଛନ୍ତି। ରାଜ୍ୟସଭାରେ କଂଗ୍ରେସ ସାଂସଦ ରଣଦୀପ ସୁରଜେୱାଲା ରୁଲ୍ ୨୬୭ ଅଧୀନରେ ବ୍ୟବସାୟ ସ୍ଥଗିତ ରଖି ପଶ୍ଚିମ ଏସିଆ ସଙ୍କଟ ଉପରେ ତୁରନ୍ତ ଆଲୋଚନା ଦାବି କରିଥିଲେ।

Tension In Middle East External Affairs Minister Jaishankar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ