Advertisment

Iran Warship Takes Shelter at Kochi: କୋଚିରେ ନିରାପଦ ଆଶ୍ରୟ ନେଇଛି ଇରାନ ଯୁଦ୍ଧ ଜାହାଜ

ଯାନ୍ତ୍ରିକ ତ୍ରୁଟି ପାଇଁ କୋଚିରେ ଅଟକିଛି ଇରାନ ଜାହାଜ। କେରଳର କୋଚି ବନ୍ଦରରେ ଲାଗିଲା ଇରାନ ଯୁଦ୍ଧ ଜାହାଜ। କୋଚିରେ ନିରାପଦ ଆଶ୍ରୟ ନେଇଛି ଆଇରିସ୍ ଲାଭାନ୍।

Iran Warship Takes Shelter at Kochi

Iran Warship Takes Shelter at Kochi Photograph: (OTV)

Advertisment

ଇରାନ ଜାହାଜ ଉପରେ ଆମେରିକା ଆକ୍ରମଣ କରିବା ପୂର୍ବରୁ ଇରାନର ଆଉ ଏକ ଜାହାଜକୁ ଆଶ୍ରୟ ଦେଇଥିଲା ଭାରତ। ଯାନ୍ତ୍ରିକ ତ୍ରୁଟି ପାଇଁ କେରଳର କୋଚି ବନ୍ଦରରେ ଆଶ୍ରୟ ନେଇଛି ଇରାନ ଯୁଦ୍ଧ ଜାହାଜ ଆଇରିସ୍ ଲାଭାନ। ଭାରତରେ ମିଳିତ ଯୁଦ୍ଧ ସମରାଭ୍ୟାସ ପାଇଁ ଆସିଥିବା ଇରାନ ଜାହାଜରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। 

Advertisment

ଏହି ସମସ୍ୟା ଗୁରୁତର ହେବାରୁ ଶେଷରେ ଜାହାଜଟି କୋଚିରେ ନିରାପଦ ଆଶ୍ରୟ ନେଇଥିବା ଜଣାପଡିଛି। ଜାହାଜରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ କୋଚିରେ ଆଶ୍ରୟ ନେବା ଲାଗି ଇରାନ କର୍ତ୍ତୃପକ୍ଷ ଅନୁମତି ମାଗିଥିଲେ। ପରେ ମାର୍ଚ୍ଚ ୧ ତାରିଖରୁ ଯୁଦ୍ଧ ଜାହାଜଟି କୋଚି ପୋର୍ଟରେ ଆଶ୍ରୟ ନେବାକୁ ଭାରତୀୟ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ। 

ଆଇରିସ୍ ଲାଭନ୍ ସଫଳତାର ସହ ମାର୍ଚ୍ଚ ୪ ତାରିଖରେ କୋଚି ବନ୍ଦରରେ ପହଞ୍ଚିଥିଲା ଏବଂ ଡକିଂ କରିଥିଲେ। ବର୍ତ୍ତମାନ ଜାହାଜର ୧୮୩ ସଦସ୍ୟଙ୍କୁ ଭାରତୀୟ ନୌସେନା ପ୍ରତିଷ୍ଠାନରେ ରଖାଯାଇଛି। ଗତ ବୁଧବାର ୪ ମାର୍ଚ୍ଚ ସକାଳେ ଭାରତ ମହାସାଗରରେ ଏକ ବଡ଼ ସାମରିକ ଅଘଟଣ ଘଟିଥିଲା। 

Advertisment

ଶ୍ରୀଲଙ୍କାର ଗାଲେ ଉପକୂଳରୁ ପ୍ରାୟ ୪୦ ନଟିକାଲ୍ ମାଇଲ୍ ଦୂରରେ ଇରାନୀ ନୌସେନାର  ଆଇରିସ୍ ଡେନାକୁ ଏକ ଆମେରିକୀୟ ବୁଡ଼ାଜାହାଜ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଯୋଗୁଁ ଜାହାଜଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ସମୟରେ ୮୭ ଜଣଙ୍କ ମୃତଦେହ ଉଦ୍ଧାର କରିଛି।

Naval Warships Iran
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ