International Womens Day Photograph: (OTV)
ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଛି। ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ ।
ଏହାସହ ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକରୁ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନ ପାଳନ ହୋଇଥାଏ। ଅନ୍ତର୍ଜାତୀୟ ମହିଳା ଦିବସରେ ଚଳିତ ବର୍ଷ ଥିମ୍ ରହିଛି '' ସମସ୍ତ ମହିଳା ଏବଂ ଝିଅମାନଙ୍କ ପାଇଁ ଅଧିକାର, ନ୍ୟାୟ, କାର୍ଯ୍ୟାନୁଷ୍ଠନ ''। ସାରା ବିଶ୍ୱରେ ଏହି ଦିବସକୁ ପାଳନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/08/international-womens-day-2026-03-08-10-38-55.jpg)