Advertisment

IndiGo Passengers Reaches Supreme Court: ପଞ୍ଚମ ଦିନରେ ଇଣ୍ଡିଗୋ ଅଚଳାବସ୍ଥା: ବିମାନ ବନ୍ଦ ଯୋଗୁଁ ଯାତ୍ରୀଙ୍କ କ୍ଷତି ପାଇଁ ସୁପ୍ରିମକୋର୍ଟରେ ପିଟିସନ୍

ପଞ୍ଚମ ଦିନରେ ଇଣ୍ଡିଗୋ ଅଚଳାବସ୍ଥା, ଯାତ୍ରୀ ହନ୍ତସନ୍ତ। ଦେଶବ୍ୟାପୀ ବିଶୃଙ୍ଖଳା ପାଇଁ କ୍ଷମା ମାଗିଲା ଏୟାରଲାଇନ୍ସ। ପୂର୍ଣ୍ଣ ଅର୍ଥ ଫେରସ୍ତ ଏବଂ ବାତିଲ ଉପରେ ଛାଡ୍ ଦେବାକୁ ପ୍ରତିଶ୍ରୁତି।

INDIGO

INDIGO Photograph: (OTV)

Advertisment

ବିମାନବନ୍ଦରରେ ଥମୁନି ଯାତ୍ରୀଙ୍କ ଟେନସନ୍। ଇଣ୍ଡିଗୋ ବିମାନ ବାତିଲ୍ ଏବଂ ବିଳମ୍ବ ଯୋଗୁଁ ୫ ଦିନ ହେବ ହଟହଟା ହେଉଛନ୍ତି ଯାତ୍ରୀ। ଇଣ୍ଡିଗୋ ଏୟାର ଲାଇନ୍ସ ଅଚଳାବସ୍ଥା ଏପର୍ଯ୍ୟନ୍ତ ଦୂର ହୋଇନି। ବାରମ୍ବାର ବିମାନ ରିସିଡ୍ୟୁଲ ଓ କ୍ୟାନସଲ ପରେ ଅଧ୍ୟୈର୍ଯ୍ୟ ହେଉଛନ୍ତି ଯାତ୍ରୀ। 

Advertisment

ଜରୁରୀ କାମରେ ଯିବାକୁ ଗତ ୫ ଦିନ ଧରି ଦେଶରେ ବିଭିନ୍ନ ସ୍ଥାନରେ ଯାତ୍ରୀମାନେ ଅଟକି ରହିଛନ୍ତି। ଦେଶର ସମସ୍ତ ବିମାବନ୍ଦରରେ ଫସି ରହିଛନ୍ତି ଶହ ଶହ ସଂଖ୍ୟାରେ ଯାତ୍ରୀ। ଦେଶବ୍ୟାପୀ ବିଶୃଙ୍ଖଳା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ କ୍ଷମା ମାଗିଛି। 

ପୂର୍ଣ୍ଣ ଅର୍ଥ ଫେରସ୍ତ ଏବଂ ଉଡ଼ାଣ ବାତିଲ ଉପରେ ଛାଡ୍ ଦେବାକୁ ପ୍ରତିଶ୍ରୁତି ଦେଇଛି। ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦ ଏକ ଯାତ୍ରୀ ପରାମର୍ଶଦାତା ଜାରି କରି ଘୋଷଣା କରିଛି ଇଣ୍ଡିଗୋ ବିମାନ ଚଳାଚଳ ଧୀରେ ଧୀରେ ସ୍ୱାଭାବିକ ହେଉଛି। ଏପଟେ ବିମାନ ବନ୍ଦ ଯୋଗୁଁ ଯାତ୍ରୀଙ୍କ କ୍ଷତି ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। 

Advertisment

ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ଲୋଡ଼ି ପିଟିସନ୍ ଫାଇଲ ହୋଇଛି। ଆବେଦନରେ କୋର୍ଟଙ୍କୁ ସ୍ୱତଃସ୍ପୃର୍ତ୍ତ ଭାବରେ ବିଚାର କରିବାକୁ, ଡିଜିସିଏକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେବାକୁ ଏବଂ ତୁରନ୍ତ ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଅନୁରୋଧ କରାଯାଇଛି।

ଏପଟେ ବାରମ୍ବାର ବିମାନ ରିସିଡ୍ୟୁଲ ଓ କ୍ୟାନସଲ ପରେ ଅଧ୍ୟୈର୍ଯ୍ୟ ହେଉଛନ୍ତି ଯାତ୍ରୀ। ଜରୁରୀ କାମରେ ଯିବାକୁ ଗତ ୪ ଦିନ ଧରି ଦେଶରେ ବିଭିନ୍ନ ସ୍ଥାନରେ ଯାତ୍ରୀମାନେ ଅଟକି ରହିଛନ୍ତି। ଦେଶର ସମସ୍ତ ବିମାବନ୍ଦରରେ ଫସି ରହିଛନ୍ତି ଶହ ଶହ ସଂଖ୍ୟାରେ ଯାତ୍ରୀ। ତେବେ ବିମାନ କେବେ ଏବଂ କେତେବେଳେ ସ୍ବଭାବିକ ହେବ, ତାହା ଇଣ୍ଡିଗୋ ଏୟାର ଲାଇନ୍ସ କାଉଣ୍ଟରରେ ଠିକରେ ସୂଚନା ମିଳିପାରୁନଥିବାରୁ ଏହାକୁ ନେଇ ଭୀଷଣ କ୍ଷୁବ୍ଧ ହୋଇଛନ୍ତି ଯାତ୍ରୀ।

Advertisment

•    ପଞ୍ଚମ ଦିନରେ ଇଣ୍ଡିଗୋ ଅଚଳାବସ୍ଥା, ଯାତ୍ରୀ ହନ୍ତସନ୍ତ
•    ଦେଶବ୍ୟାପୀ ବିଶୃଙ୍ଖଳା ପାଇଁ କ୍ଷମା ମାଗିଲା ଏୟାରଲାଇନ୍ସ 
•    ପୂର୍ଣ୍ଣ ଅର୍ଥ ଫେରସ୍ତ ଏବଂ ବାତିଲ ଉପରେ ଛାଡ୍ ଦେବାକୁ ପ୍ରତିଶ୍ରୁତି 
•    ବାରମ୍ବାର ବିମାନ ରିସିଡ୍ୟୁଲ ଓ କ୍ୟାନସଲ ପରେ ଯାତ୍ରୀ ଅସନ୍ତୋଷ
•    ବିମାନ ବନ୍ଦ ଯୋଗୁଁ ଯାତ୍ରୀଙ୍କ କ୍ଷତି ପାଇଁ ସୁପ୍ରିମକୋର୍ଟରେ ପିଟିସନ୍ 

Indigo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ