Advertisment

Luggage Delay Compensation: ଲଗେଜ୍ ବିଳମ୍ୱ ହେଲେ ବିମାନ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

ଇଣ୍ଡିଗୋ ପାଇଁ ହନ୍ତସନ୍ତ ବିମାନ ଯାତ୍ରୀ। ଅନେକ ଯାତ୍ରୀଙ୍କ ଲଗେଜ୍ ଏବେବି ପହଞ୍ଚି ପାରିନି। ଲଗେଜ୍ ବିଳମ୍ୱ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ। ଏୟାରଲାଇନ୍ସ କମ୍ପାନୀ ବହନ କରିବ ଖର୍ଚ୍ଚ

Airline Baggage Compensation

Airline Baggage Compensation Photograph: (OTV)

Advertisment

ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ସବୁଠାରୁ ହତାଶାଜନକ ସମସ୍ୟା ହେଉଛି ଲଗେଜ ବିଳମ୍ୱ। ଅନେକ ସମୟରେ ଯାତ୍ରୀ ବିମାନରୁ ଓହ୍ଲାଇବା ପରେ ସେମାନଙ୍କ ଲଗେଜ ପାଇବାରେ ବିଳମ୍ବ ହୋଇଥାଏ। ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚୁଥିବା ବେଳେ ସେମାନଙ୍କର ଲଗେଜ ସମୟସୀମାରେ ପହଞ୍ଚେ ନାହିଁ। ଫଳରେ ଯାତ୍ରୀ ମାନେ ହଇରାଣ ହେବା ସହ ଅତିରିକ୍ତ ଖର୍ଚ୍ଚ କରିବାକୁ ବାଧ୍ୟ ହୁଅନ୍ତି। ଯେମିତି ଏବେ ଇଣ୍ଡିଗୋ କ୍ଷେତ୍ରରେ ଦେଖିବାକୁ ମିଳୁଛି। ବିମାନ ବିଳମ୍ବ ହେବାପରେ ଯାତ୍ରୀଙ୍କୁ ବିକଳ୍ପ ବିମାନରେ ପଠାଇ ଦିଆଯାଉଛି। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚି ନିଜ ଲଗେଇ ପାଇବାରେ ହଟହଟା ହେଉଛନ୍ତି ଯାତ୍ରୀ। ସେମାନଙ୍କୁ ଲଗେଜ ନେଇ କୌଣସି ସଠିକ ସୂଚନା ଦେଉନାହିଁ ଇଣ୍ଡିଗୋ। ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Advertisment

ତେବେ ଏହି ପ୍ରସଙ୍ଗରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା DGCAର ଏକ ନିୟମ ଅଛି। ଯାହା ଅନୁଯାୟୀ ଏୟାରଲାଇନ୍ସ ଯାତ୍ରୀମାନଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ। ଯଦି କୌଣସି ଯାତ୍ରୀଙ୍କ ଲଗେଜ ପାଇଁ ଘଣ୍ଟା ଘଣ୍ଟା କିମ୍ବା ପରଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ। ତେବେ ଏୟାରଲାଇନ୍ସ ଯାତ୍ରୀଙ୍କୁ ଅତି ଆବଶ୍ୟକ ସାମଗ୍ରୀ ପାଇଁ କରିଥିବା ଖର୍ଚ୍ଚର କ୍ଷତିପୂରଣ ଦେବ। ଯାତ୍ରୀ କିଣିବାକୁ ବାଧ୍ୟ ହୋଇଥିବା ଜିନିଷ ଯେପରିକି ପୋଷାକ, ପ୍ରସାଧନ ସାମଗ୍ରୀ କିମ୍ବା ଔଷଧ ଉପରେ ଏହି କ୍ଷତିପୂରଣ ଲାଗୁ ହେବ। ତେବେ କ୍ଷତିପୂରଣ ପାଇଁ ଯାତ୍ରୀମାନଙ୍କୁ ବିମାନ କମ୍ପାନୀକୁ କରିଥିବା କ୍ରୟର ରସିଦ ଦାଖଲ କରିବାକୁ ପଡିବ। 

ଯଦି ଆପଣଙ୍କର ଯାଞ୍ଚ ହୋଇଥିବା ବ୍ୟାଗେଜ ଏୟାରଲାଇନ୍ସର ହେପାଜତରେ ହଜିଯାଏ, କ୍ଷତିଗ୍ରସ୍ତ ହୁଏ କିମ୍ୱା ବିଳମ୍ବ ହୁଏ ତେବେ ଘରୋଇ ଉଡ଼ାଣରେ ପ୍ରତି ଯାତ୍ରୀଙ୍କ ପାଇଁ ସର୍ବାଧିକ ୨୦ ହଜାର ଟଙ୍କା ଏବଂ ଆନ୍ତର୍ଜାତୀୟ ବିମାନ ପାଇଁ ₹୧.୨–୧.୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରେ ।

Advertisment

ତେବେ କ୍ଷତିପୂରଣ ପାଇଁ ଯାତ୍ରୀମାନେ ସେମାନଙ୍କ ଲଗେଜରେ ବିଳମ୍ବ ବିଷୟରେ ଜାଣିବା ମାତ୍ରେ ତୁରନ୍ତ ବିମାନ କାଉଣ୍ଟରରେ ଏକ ରିପୋର୍ଟ ଦାଖଲ କରିବା ଦରକାର। ସମୟରେ ଅଭିଯୋଗ ଦାଖଲ କଲେ ଏବଂ ରସିଦକୁ ସୁରକ୍ଷିତ ରଖିଥିଲେ କ୍ଷତିପୂରଣ ପ୍ରକ୍ରିୟା ସରଳ ଏବଂ ତ୍ୱରାନ୍ୱିତ ହୋଇଥାଏ। ତେବେ ସାମଗ୍ରିକ ଭାବେ କହିଲେ ଯାତ୍ରୀ ବିଳମ୍ବ ଲଗେଜ ପାଇଁ କ୍ଷତିପୂରଣ ପାଇବାର ଅଧିକାର ଅଛି। ଏବଂ ବିମାନ କମ୍ପାନୀଗୁଡ଼ିକ ଏହି କ୍ଷତିପୂରଣ ଦେବାକୁ ବାଧ୍ୟ।

New Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ