BrahMos Missile Photograph: (OTV)
ବଙ୍ଗୋପସାଗରରେ ବ୍ରହ୍ମୋସ୍ ଗର୍ଜନ। ବଙ୍ଗୋପସାଗର ଉପରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ କରିଛି ଭାରତୀୟ ସେନା। ସଠିକ ଲକ୍ଷ୍ୟ ଓ ବିନାଶକାରୀ ଦକ୍ଷତା ପ୍ରଦର୍ଶନ କରିଛି ବ୍ରହ୍ମୋସ୍। ଦକ୍ଷିଣ କମାଣ୍ଡର ଏକ ବ୍ରହ୍ମୋସ୍ ୟୁନିଟ୍ ଦ୍ବାରା ଏହି ଦୂରଗାମୀ ଓ ସଠିକ ପ୍ରକ୍ଷେପଣ କରାଯାଇଥିଲା।
ଏଥିରେ ଆଣ୍ଡାମାନ ଓ ନିକୋବର କମାଣ୍ଡ ସହାୟତା କରିଥିଲେ। କ୍ଷେପଣାସ୍ତ୍ରଟି ସଠିକ ଭାବେ ଲକ୍ଷ୍ୟଭେଦ ହୋଇଥିବା ଓ ଏହାର ନିୟନ୍ତ୍ରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍ ଥିବା ସେନା ପକ୍ଷରୁ କୁହାଯାଇଛି। ଏହା ସେନାର ଦୂରଗାମୀ ଆକ୍ରମଣ କ୍ଷମତାକୁ ଆହୁରି ମଜବୁତ କରିବାରେ ସହାୟକ ହେବ। ଏହି ପରୀକ୍ଷଣ ଦେଶର ସ୍ବଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀର ନିର୍ଭର ଯୋଗ୍ୟତା ଏବଂ ଉନ୍ନତ ପ୍ରଯୁକ୍ତି ବିଦ୍ୟାର ଶକ୍ତିଶାଳୀ ପ୍ରମାଣ ଦେଇଛି।
• ବଙ୍ଗୋପସାଗରରେ ବ୍ରହ୍ମୋସ୍ ଗର୍ଜନ
• ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ
• ବଙ୍ଗୋପସାଗର ଉପରେ ସଫଳ ପରୀକ୍ଷଣ କଲା ସେନା
• ସଠିକ ଲକ୍ଷ୍ୟ ଓ ବିନାଶକାରୀ ଦକ୍ଷତା ପ୍ରଦର୍ଶନ
• ଠିକ ଭାବେ ଲକ୍ଷ୍ୟଭେଦ ଓ ନିୟନ୍ତ୍ରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍
• ସେନାର ଦୂରଗାମୀ ଆକ୍ରମଣ କ୍ଷମତା ଆହୁରି ମଜବୁତ
• ସ୍ବଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀର ଶକ୍ତିଶାଳୀ ପ୍ରମାଣ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/02/brahmos-missile-2025-12-02-09-21-26.jpg)