AIRFORCE_DAY Photograph: (OTV)
ଆଜି ଭାରତୀୟ ବାୟୁସେନା ଦିବସ । ୯୩ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଏହି ଅବସରରେ ବାୟୁସେନାର ସାହସ, ବଳିଦାନ, ବୀରତ୍ବର ଗାଥାକୁ ପ୍ରଦର୍ଶିତ କରାଯାଉଛି । ଅପରେସନ ସିନ୍ଦୁର ବେଳେ ବାୟୁସେନାର ପରାକ୍ରମ ରହିଛି ଚଳିତ ବର୍ଷର ଥିମ୍ ।
୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା । ବର୍ତ୍ତମାନ ଭାରତୀୟ ବାୟୁସେନା ବିଶ୍ବର ଚତୁର୍ଥ ବୃହତ ଏୟାରଫୋର୍ସ । କେବଳ ଯୁଦ୍ଧ ନୁହେଁ ବିଭିନ୍ନ କଠିନ ଅପରେସନ, ଉଦ୍ଧାର କାର୍ଯ୍ୟ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଦେବଦୂତର ଭୂମିକା ନିର୍ବାହ କରି ଆସୁଛି ବାୟୁସେନା । ୯୩ ତମ ପ୍ରତିଷ୍ଠା ଦିବସରେ MIG-21 କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବ ।
ଏହା ସହ ରାଫେଲ, ସୁଖୋଇ 30MKI, C-17 ଗ୍ଲୋବ ମାଷ୍ଟର, C-130J ସୁପର ହରକ୍ୟୁଲେସ, ଆପାଚେ ହେଲିକପ୍ଟର ଫ୍ଲାଏପାଷ୍ଟ କରିବା କାର୍ଯ୍ୟକ୍ରମ ରହିଛି । ଏହି ଯୁଦ୍ଧ ବିମାନ ଆକାଶରେ ତ୍ରିରଙ୍ଗା ଫର୍ମେସନ କରିବେ । ଗାଜିଆବାଦର ହିଣ୍ଡନ ଏୟାର ବେସରେ ଚିତ୍ତାକର୍ଷକ ପରେଡ ପ୍ରଦର୍ଶିତ ହେବ । ୨୦୨୪ରେ ଚେନ୍ନାଇ ଓ ୨୦୨୩ରେ ପ୍ରୟାଗରାଜରେ ପାଳନ ହୋଇଥିଲା ବାୟୁସେନା ଦିବସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/08/airforce_day-2025-10-08-11-39-37.jpg)