Rafale Fighter Jets Photograph: (OTV)
ଆହୁରି ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବ ଭାରତ। ଆଉ ୧୧୪ଟି ରାଫେଲ କିଣିବା ନେଇ ହେବ ବଡ଼ ପ୍ରତିରକ୍ଷା ଚୁକ୍ତି। ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ଫ୍ରାନସଠାରୁ କିଣାଯିବ ଆଉ ୧୧୪ଟି ରାଫେଲ୍। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ଭାରତ ଗସ୍ତ ପୂର୍ବରୁ ଏହି ରାଜିନାମା ସ୍ବାକ୍ଷରିତ ହେବ।
ଭାରତ ଇତିହାସରେ ହେବ ସବୁଠାରୁ ବଡ଼ ପ୍ରତିରକ୍ଷା ରାଜିନାମା।ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଗ୍ରୀନ ସିଗନାଲ ମିଳି ସାରିଛି। ଏଥିରେ ୮୮ ସିଙ୍ଗଲ ସିଟ୍ ଓ ୨୬ଟି ଟ୍ବିନ ସିଟ୍ ବିଶିଷ୍ଟ ରାଫେଲ୍ ଜେଟ୍ ରହିଛି। ନୂଆ ଦିଲ୍ଲୀରେ ହେବାକୁ ଥିବା AI ସମ୍ମିଳନୀରେ ଆସନ୍ତା ୧୮ ତାରିଖରେ ଯୋଗ ଦେବେ ରାଷ୍ଟ୍ରପତି ମାକ୍ରନ।
ଏହି ସମୟରେ ଫ୍ରାନସ୍ ରାଷ୍ଟ୍ରପତିଙ୍କ ସହ ଭାରତର ଅନ୍ୟ କିଛି ଦ୍ବିପାକ୍ଷିକ ଚୁକ୍ତିରେ ବି ସ୍ବାକ୍ଷର କରିପାରେ। ଭାରତୀୟ ବାୟୁ ସେନା ପାଖରେ ଏବେ ୩୬ଟି ରାଫେଲ୍ ବିମାନ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/10/rafale-fighter-jets-2026-02-10-14-22-04.jpg)