Advertisment

AI Summit Impact: ଗୋଟିଏ ରାତି ପାଇଁ ୩୦ ଲକ୍ଷ, ରାତାରାତି ରାଜଧାନୀରେ ଆକାଶଛୁଆଁ ହୋଟେଲ ଭଡ଼ା

ଗୋଟିଏ ରାତି ପାଇଁ ୩୦ ଲକ୍ଷ । ରାଜଧାନୀରେ ଆକାଶଛୁଆଁ ହୋଟେଲ ଭଡ଼ା । ଯେତିକି ଟଙ୍କାରେ ଆପଣ ଗୋଟିଏ ଘର କିଣିପାରିବେ, ଏବେ ସେତିକି ଟଙ୍କା ରାଜଧାନୀରେ ଗୋଟିଏ ରାତିର ହୋଟେଲ ଭଡା ।

Delhi-Hotel-Cost-30-Lakh

Delhi Photograph: (OTV)

Advertisment

ଗୋଟିଏ ରାତି ପାଇଁ ୩୦ ଲକ୍ଷ । ରାଜଧାନୀରେ ଆକାଶଛୁଆଁ ହୋଟେଲ ଭଡ଼ା । ୩୦ ଲକ୍ଷ ଦିଅ, ହୋଟେଲରେ ରୁହ ।
ଶୁଣିକି ଚମକି ପଡୁଛନ୍ତି କି ?  ଯେତିକି ଟଙ୍କାରେ ଆପଣ ଗୋଟିଏ ଘର କିଣିପାରିବେ, ଏବେ ସେତିକି ଟଙ୍କା ରାଜଧାନୀରେ ଗୋଟିଏ ରାତିର ହୋଟେଲ ଭଡା । ଗୋଟିଏ ରାତି ଶୋଇବା ପାଇଁ ଆପଣଙ୍କୁ ଦିଲ୍ଲୀର ଲଗଜରୀ ହୋଟେଲରେ ଦେବାକୁ ପଡିବ ୩୦ ଲକ୍ଷ ଟଙ୍କା ।

Advertisment

ଏଆଇ ସମ୍ମିଳନୀ ପ୍ରଭାବ:

ଘଟଣା ହେଲା, ଆସନ୍ତା ଫେବୃଆରୀ ୧୬ରୁ ୨୦ ଯାଏଁ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଏଆଇ ଇମ୍ପାକ୍ଟ ସମ୍ମିଳନୀ (AI Impact Summit) । ଏଥିରେ ଗୁଗଲ ସିଇଓ ସୁନ୍ଦର ପିଚାଇ ଓ  OpenAIର ସାମ୍ ଅଲ୍ଟମ୍ୟାନଙ୍କ ଭଳି ବଡ଼ ବଡ଼ ଟେକ୍ ଲିଡର ସାମିଲ ହେବେ । ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ୧୦ ହଜାର ବିଦେଶୀ ପ୍ରତିନିଧି ଓ ପ୍ରାୟ ଦେଢ ଲକ୍ଷ ଲୋକେ ଇଭେଣ୍ଟରେ ସାମିଲ୍ ହେବାର କାର୍ଯ୍ୟକ୍ରମ ଅଛି । ତେଣୁ ଯେତେ ଯେତେ ଏହି ଏଆଇ ସମ୍ମିଳନୀର ତାରିଖ ପାଖେଇ ଆସୁଛି, ଦିଲ୍ଲୀରେ ହୋଟେଲ ରୁମ୍‌ର ଡିମାଣ୍ଡ ସେତେ ବଢିବାରେ ଲାଗିଛି । ଯେଉଁ ହୋଟେଲ ରୁମ୍‌ର ଦାମ୍ ୨୦-୩୦ ହଜାର ଥିଲା, ତାହା ଏବେ ଲକ୍ଷ ଲକ୍ଷ ଟଙ୍କା ।

ରାତିକ ପାଇଁ ୩୦ ଲକ୍ଷ:

ଖାସ୍ କରି ଫାଇଭ୍ ଷ୍ଟାର ଓ ଲଗଜରୀ ହୋଟେଲ ଭଡା ଶୁଣି ତ ଲୋକଙ୍କୁ ମୁଣ୍ଡ ବୁଲାଉଛି ।  ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏଆଇ ସମ୍ମିଳନୀ ସମୟରେ ତାଜ୍ ପ୍ୟାଲେସରେ ଗୋଟିଏ ପ୍ରେସିଡେନସିଆଲ ସୁଇଟସ୍‌ ର ଦାମ୍ ରାତିକ ପାଇଁ ୩୦ ଲକ୍ଷ ଟଙ୍କା ଓ ସାଧାରଣ ରୁମ୍‌ର ମୂଲ୍ୟ ପାଖାପାଖି ଅଢେଇ ଲକ୍ଷ ।

Advertisment

ସେହିପରି ଲିଲା ପ୍ୟାଲେସରେ ଏକ ଲଗଜରୀ ସୁଇଟସ୍‌ର ଦାମ୍ ସାଧାରଣତଃ ଲକ୍ଷେରୁ ଲକ୍ଷେ ୧୫ ହଜାର ରହୁଥିବା ବେଳେ ତାହା ଏବେ ୧୪ ଲକ୍ଷ ୪୦ ହଜାର ଟଙ୍କା । ଏପରିକି ଏବେଠୁ ଆଇଟିସି ମୌର୍ଯ୍ୟ ଭଳି କିଛି କିଛି ହୋଟେଲରେ ବୁକିଂ ବନ୍ଦ ହୋଇସାରିଥିବା ବେଳେ ବାକି ଫାଇଭ୍ ଷ୍ଟାର ହୋଟେଲଗୁଡିକର ଭଡା ୧୦ରୁ ୨୦ ଲକ୍ଷ ଟଙ୍କା ରହିଛି । 

ବ୍ୟୁରୋ ରିପୋର୍ଟ, ଓଟିଭି

Luxury Hotel AI Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ