Supreme Court Photograph: (OTV)
ମହିଳାଙ୍କ ସ୍ବାସ୍ଥ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଋତୁସ୍ରାବ ସ୍ବଚ୍ଛତା ଏବେ ମୌଳିକ ଅଧିକାର । ସ୍କୁଲରେ ଛାତ୍ରୀଙ୍କୁ ମାଗଣା ସାନିଟାରୀ ପ୍ୟାଡ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦେବାକୁ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସ୍କୁଲଗୁଡ଼ିକରେ ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ଏବଂ ପ୍ୟାଡ୍ ପକାଇବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି । ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଅଭାବରୁ ଯେପରି କୌଣସି ଛାତ୍ରୀଙ୍କ ପାଠପଢ଼ାରେ ବାଧା ନଆସେ, ସେଥିପାଇଁ ସରକାର ଜାତୀୟ ନୀତି ପ୍ରସ୍ତୁତ କରନ୍ତୁ।
ମାସିକ ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ଏଥିପାଇଁ ସାନିଟାରୀ ପ୍ୟାଡ୍ ପାଇବା ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ‘ଜୀବନ ଜିଇଁବାର ଅଧିକାର’ର ଏକ ଅଂଶ। ଯଦି ଘରୋଇ ବିଦ୍ୟାଳୟଗୁଡ଼ିକ ପୃଥକ୍ ଶୌଚାଳୟ ସୁବିଧା ଯୋଗାଇବାରେ ବିଫଳ ହୁଅନ୍ତି କିମ୍ବା ଛାତ୍ରୀମାନଙ୍କ ପାଇଁ ମାଗଣା ସାନିଟାରି ପ୍ୟାଡ୍ ଉପଲବ୍ଧ ନ କରାନ୍ତି, ତେବେ ସେମାନଙ୍କ ମାନ୍ୟତା ବାତିଲ ହୋଇପାରେ।
ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ଯଦି ସରକାର ଝିଅମାନଙ୍କୁ ଶୌଚାଳୟ ଓ ମାଗଣା ସାନିଟାରି ପ୍ୟାଡ୍ ଯୋଗାଇବାରେ ବିଫଳ ହୁଅନ୍ତି, ତେବେ କୋର୍ଟ ଏଥିପାଇଁ ସରକାରଙ୍କୁ ଉତ୍ତରଦାୟୀ କରିବେ। ..ଗତ ବର୍ଷ ନଭେମ୍ବରରେ କୋର୍ଟ ହରିୟାଣାର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରେ ଏକ ମାମଲାର ବିଚାର କରିବା ପରେ ଏହି ରାୟ ପ୍ରକାଶ ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/31/supreme-court-2026-01-31-08-54-58.jpg)