PRESIDENT_HELICOPTER_TYRE_SANK Photograph: (OTV)
ହେଲି ପ୍ୟାଡ୍ ରେ ଫସିଗଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu) ଙ୍କ ହେଲିକପ୍ଟର । କେରଳ ଗସ୍ତରେ ଯାଇଥିବା ବେଳେ ହେଲିପ୍ୟାଡରେ ଫସିଗଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର । ରାଷ୍ଟ୍ରପତି ପଥନାମଥିତ୍ତର ପ୍ରମଦମରେ ଲ୍ୟାଣ୍ଡିଂ କରିବା ପରେ ନୂଆ କରି ତିଆରି ହୋଇଥିବା କଂକ୍ରିଟ୍ ହେଲିପ୍ୟାଡରେ ଫସିଯାଇଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର ।
ହେଲିକପ୍ଟରର ଚକା ନୂଆ କରି ତିଆରି ହୋଇଥିବା କଂକ୍ରିଟ୍ ହେଲିପ୍ୟାଡରେ ଫସିଯିବା ଫଳରେ ପୋଲିସ ଓ ଏୟାରଫୋର୍ସ ଅଧିକାରୀମାନଙ୍କୁ ହେଲିକେପ୍ଟରକୁ ଠେଲି ଠେଲି ନେବାକୁ ପଡ଼ିଥିଲା । ହେଲିକେପ୍ଟରକୁ ପ୍ରଥମେ ନୀଲାକ୍କାଲ୍ ରେ ଲ୍ୟାଣ୍ଡି କରିବାର ଥିଲା । ମାତ୍ର ପରେ ଖରାପ ପାଗ ପାଇଁ ପ୍ଲାନରେ ପରିବର୍ତ୍ତନ କରାଯାଇଥିଲା ।
- ହେଲି ପ୍ୟାଡ୍ ରେ ଫସିଗଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର
ନୂଆ କରି ତିଆରି ହୋଇଥିବା କଂକ୍ରିଟ୍ ହେଲିପ୍ୟାଡରେ ଫସିଗଲା ହେଲିକପ୍ଟର
କେରଳର ପଥନାମଥିତ୍ତର ପ୍ରମଦମରେ ଲ୍ୟାଣ୍ଡିଂ କରିବା ବେଳେ ଫସିଗଲା
କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ହେଲିକେପ୍ଟରକୁ ଠେଲିଠେଲି ନେଲେ ପୋଲିସ ଓ ଏୟାରଫୋର୍ସ ଅଧିକାରୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/22/president_helicopter_tyre_sank-2025-10-22-10-47-46.jpg)