IG-DEATH Photograph: (OTV)
ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଇଲେ ରାଜ୍ୟ ସରକାର । IPS ଓ୍ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲାରେ ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା । ଚଣ୍ଡିଗଡ଼ ସ୍ଥିତ ବାସଭବନରେ ଗତ ୭ରେ ଆତ୍ମହତ୍ୟା କରିଥିଲେ ପୁରନ କୁମାର । ରୋହତକର ସୁନାରିଆ ପୋଲିସ୍ ଟ୍ରେନିଂ ସେଣ୍ଟରରେ ଆଇଜି ଥିଲେ ପୁରନ । ସେ ସର୍ଭିସ ରିଭରଭଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ ।
ସୁଇସାଇଡ୍ ନୋଟରେ ଡିଜିପିଙ୍କ ସମେତ ୭ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରିଥିଲେ। ପରିବାରର ଅଭିଯୋଗ ଅନୁଯାୟୀ, ଡିଜିପିଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ପୂରନ ଆତ୍ମହତ୍ୟା କରିଛନ୍ତି । ମାମଲାରେ ଡିଜିପି ଶତ୍ରୁଜିତ୍ ସିଂ କପୁରଙ୍କୁ ବରଖାସ୍ତ ଦାବି ତେଜିଥିଲା। ଏଥିପାଇଁ ୪୮ ଘଣ୍ଟାର ମହଲତ୍ ଦେଇଥିଲା ମହାପଞ୍ଚାୟତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/14/ig-death-2025-10-14-09-18-28.jpg)