Anti-Maoist Operation Photograph: (OTV)
ନକ୍ସଲ ସୁରକ୍ଷାକର୍ମୀ ଗୁଳିବିନିମୟ। ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ମାଓବାଦୀ। ସରଣ୍ଡା ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଦୀର୍ଘ ୧ ଘଣ୍ଟା ଧରି ପ୍ରବଳ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ତେବେ ଯବାନଙ୍କ ହାବୁଡରୁ ଅଳ୍ପକେ ଖସିଗଲା ୧ କୋଟି ଟଙ୍କା ପୁରସ୍କାର ଥିବା କୁକ୍ଷାତ ନକ୍ସଲ ନେତା ମିଶିରି ବେଶ୍ରା।
ଜରେଇକେଲା ଥାନା କୋଲଭଙ୍ଗାର ମାରଙ୍ଗପୋଙ୍ଗା ନିକଟରେ ୧ ଘଣ୍ଟା ଧରି ଚାଲିଥିଲା ପ୍ରବଳ ଗୁଳିବିନିମୟ। ଯେଉଁଥିରେ କିଛି ମାଓବାଦୀ ଆହତ ହୋଇଥିବା ଜଣାପଡିଛି। କିନ୍ତୁ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରୁ କୌଣସି ନକ୍ସଲଙ୍କ ମୃତଦେହ କିମ୍ବା ଆହତ ହେବାର ଚିତ୍ର ଆସିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/08/anti-maoist-operation-2026-03-08-10-54-42.jpg)