INDIGO Photograph: (OTV)
ସପ୍ତାହେ ଧରି ଦେଶବ୍ୟାପୀ ଇଣ୍ଡିଗୋ ଉଡ଼ାଣ ବାତିଲ ଓ ଯାତ୍ରୀ ହନ୍ତସନ୍ତ ପରେ ଇଣ୍ଡିଗୋ ବିରୋଧରେ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ଶୀତ ଋତୁରେ ଇଣ୍ଡିଗୋର ବିମାନ ଉଡ଼ାଣ ୫ ପ୍ରତିଶତ ହ୍ରାସ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି ଉଡ଼ାଣ ସ୍ଲଟ ଅନ୍ୟ ବିମାନ କଂପାନିକୁ ପ୍ରଦାନ କରାଯାଇଛି ।
ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ । ବର୍ତ୍ତମାନ ଇଣ୍ଡିଗୋର ୨ ହଜାର ୨ ଶହ ବିମାନ ଉଡ଼ାଣ ଭରୁଛି । ତେବେ ଏହାକୁ କମାଇ ଦିଆଯିବ ବୋଲି ମନ୍ତ୍ରୀ ସଂସଦରେ କହିଛନ୍ତି ।
ସେପଟେ DGCA ଇଣ୍ଡିଗୋକୁ ୫ ପ୍ରତିଶତ ବିମାନ କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଦୈନିକ ଇଣ୍ଡିଗୋର ୧୧୫ ବିମାନକୁ ଆଉ ଉଡ଼ାଣ ପାଇଁ ଅନୁମତି ମିଳିବ ନାହିଁ । ଆସନ୍ତାକାଲି ସଂଧ୍ୟା ୫ଟା ସୁଦ୍ଧା ନୂଆ ଉଡ଼ାଣ ସିଡ୍ୟୁଲ ଦାଖଲ ପାଇଁ DGCA ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ବିମାନ ବାତିଲ ଯୋଗୁ ଯାତ୍ରୀଙ୍କୁ ୭୪୫ କୋଟି ଟଙ୍କା ରିଫଣ୍ଡ କରିଛି ଇଣ୍ଡିଗୋ।
• ଇଣ୍ଡିଗୋ ବିରୋଧରେ ଆକ୍ସନ
• ଉଡ଼ାଣ ବାତିଲ ଓ ଯାତ୍ରୀ ହନ୍ତସନ୍ତ ପରେ କାର୍ଯ୍ୟାନୁଷ୍ଠାନ
• ଇଣ୍ଡିଗୋ ବିରୋଧରେ ସରକାରଙ୍କ କଡ଼ା ପଦକ୍ଷେପ
• ଇଣ୍ଡିଗୋର ବିମାନ ଉଡ଼ାଣ ୫ ପ୍ରତିଶତ ହ୍ରାସ ପାଇଁ ନିର୍ଦ୍ଦେଶ
• ଉଡ଼ାଣ ସ୍ଲଟ ଅନ୍ୟ ବିମାନ କଂପାନିକୁ ପ୍ରଦାନ
• ରାଜ୍ୟସଭାରେ ସୂଚନା ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
• ୫ ପ୍ରତିଶତ ବିମାନ କମାଇବାକୁ ଇଣ୍ଡିଗୋକୁ DGCAଙ୍କ ନିର୍ଦ୍ଦେଶ
• ଦୈନିକ ଇଣ୍ଡିଗୋର ୧୧୫ ବିମାନ ଉଡ଼ାଣ ଉପରେ ରୋକ୍
• ଇଣ୍ଡିଗୋ ସ୍ଲଗ ଅନ୍ୟ ବିମାନ କଂପାନିକୁ ଦିଆଯିବ
• କେ. ରାମ ମୋହନ ନାଇଡୁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/09/indigo-2025-12-09-13-26-57.jpg)