Advertisment

Gold Prices Surge Again: ପୁଣି ଭାଉ ଦେଖାଇଲା ସୁନା; ସକାଳେ କମିଲା, ସଂଧ୍ୟାରେ ବଢ଼ିଗଲା

ପୁଣି ଭାଉ ଦେଖାଇଲା ସୁନା। ସକାଳେ କମିଲା, ସଂଧ୍ୟାରେ ବଢ଼ିଗଲା ସୁନା ଦର। ୨୨ କ୍ୟାରେଟ୍ ସୁନା ଭରିକୁ ଲକ୍ଷେ ୪୦ ହଜାର ପାର୍। ଚମକ ହରାଇଲା ଚାନ୍ଦି। ରୁପା କିଲୋ ଏବେ ୨ ଲକ୍ଷ ୮୦ ହଜାର।

author-image
Pramod Behera
Gold Prices Surge Again

ପୁଣି ଭାଉ ଦେଖାଇଲା ସୁନା Photograph: (OTV)

ସବୁ ପୂର୍ବାନୁମାନ, ସବୁ ଆକଳନକୁ ଭୁଲ ପ୍ରମାଣିତ କରୁଛି ସୁନା ଓ ରୁପା ଦର। ସକାଳେ ଗୋଟେ, ସଂଧ୍ୟା ହେଉ ହେଉ ଆଉ ଗୋଟେ। ଆଜି ସକାଳୁ ସୁନା ଓ ରୁପା ଦର କମିଥିଲା। ଖବର ପାଇଁ ଲୋକେ ଦୋକାନରେ ପହଞ୍ଚିବା ପରେ ବଢ଼ି ସାରିଥିଲା ସୁନା ଦର। ଭାରତୀୟ ବଜାରରେ ପୁଣି ଥରେ ସୁନା ଭାଉ ଦେଖାଇଛି ହେଲେ ରୁପା ଦର ଦେଖି ଗ୍ରାହକ ଖୁସ। ଆଜି ସୁନା ହଜାରେ ଟଙ୍କା ବଢ଼ିଥିବା ବେଳେ ରୁପା କିଲୋ ପିଛା କମିଛି ୨୦ ହଜାର ଟଙ୍କା।

Advertisment

ଗଲା ୫ ଦିନ ଧରି ସାରା ବିଶ୍ୱକୁ ଛାନିଆ କରିଥିବା ସୁନା ଓ ରୁପା ପୁଣି ଥରେ ନିଜ କରାମତି ଦେଖାଇଛନ୍ତି। ଆଜି ସକାଳୁ ସୁନା ଓ ରୁପା ଦର କମିଥିବା ବେଳେ ସଂଧ୍ୟା ହେଉ ହେଉ ନିଜ ରଙ୍ଗ ବଦଳାଇଛନ୍ତି। ଯେଉଁ ସ୍ପିଡରେ ଖସିଥିଲା ସେଇ ସ୍ପିଡରେ ବି ବଢ଼ିଲା। ଆଜି ଦିନକରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ପ୍ରାୟ ହଜାରେ ଟଙ୍କା ବଢ଼ି ପହଞ୍ଚିଛି ଲକ୍ଷେ ୪୧ ହଜାର। ୨୪ କ୍ୟାରେଟ୍ ବି ପ୍ରାୟ ଲକ୍ଷେ ୫୪ ହଜାରରେ ପହଞ୍ଚିଛି। ଯାହା ଗ୍ରାହକଙ୍କ ଛାତି ପୁଣି ଧଡ଼ ଧଡ଼ କରାଇଛି। 

ରୁପା ବଜାର କିନ୍ତୁ ତଳ ମୁହାଁ। ଗଲା ୫ ଦିନ ଧରି ଲଗାତାର ରୁପା ଦର କମୁଛି। ଖାଲି କମୁନି ତ୍ ଖସି ଖସି ଚାଲିଛି। ଯେଉଁ ରୁପା ଗତ ସପ୍ତାହରେ ଭୁବନେଶ୍ବରରେ କିଲୋ ପିଛା ସାଢ଼େ ୪ ଲକ୍ଷ ଥିଲା ଏବେ ୨ ଲକ୍ଷ ୮୦ ହଜାରକୁ ଖସି ଆସିଛି। ରୁପା ଦର ଖସିବା ପରେ ଗ୍ରାହକ ଟିକିଏ ଖୁସ କିନ୍ତୁ ଚିନ୍ତାରେ ପଡ଼ିଛନ୍ତି ନିବେଶକ। କୁହାଯାଉଛି, ଏଟ୍ରେଣ୍ଡ ବି ବଦଳି ଯିବ।

Advertisment

ରୁପା ଓ ସୁନା ଦର ବଢ଼ିବାକୁ ନେଇ ଚୀନର ଆଭିମୁଖ୍ୟ ପ୍ରମୁଖ କାରଣ କୁହାଯାଉଥିବା ବେଳେ ଆମେରିକା ଫେଡରାଲ୍ ବ୍ୟାଙ୍କ୍ ଏସବୁ ପଛର ରିଙ୍ଗ ମାଷ୍ଟର ବୋଲି ଚର୍ଚ୍ଚା ହେଲାଣି। କାରଣ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେଭିନ୍ ୱାରସ୍‌ଙ୍କୁ ନୂଆ ଫେଡରାଲ୍ ବ୍ୟାଙ୍କ୍ ଅଧ୍ୟକ୍ଷ ଘୋଷଣା ପରେ ହିଁ ଦର ଅସ୍ୱାଭାବିକ ଭାବେ ଖସିଥିଲା। ଅର୍ଥାତ ଆମେରିକୀୟ ବଣ୍ଡ୍ ଓ ଡଲାରର ମୂଲ୍ୟ ପୁଣି ଥରେ ଟ୍ରାକକୁ ଫେରିବା ଅନୁମାନ କରାଯାଉଛି।

Gold Silver Price Silver Price Gold Price
Advertisment
Advertisment