Advertisment

Gold Price Crashes: ରେକର୍ଡ ଭାଙ୍ଗିଲା ସୁନା ଦର ହ୍ରାସ, କମିଲା ୧୬ ହଜାର ୮୫୦ ଟଙ୍କା

ବର୍ତ୍ତମାନ ୨୪କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା ରହିଛି । ସେହିପରି ଗତକାଲି ୨୨ କ୍ୟାରେଟ୍‌ ସୁନା ଦର ପାଇ ୧୦ ଗ୍ରାମ ପିଛା ୭ ହଜାର ୫୫୦ କମିଥିଲା । ଆଉ ଆଜି ପୁଣି ୭ ହଜାର ୯ଶହ ଟଙ୍କା ହ୍ରାସ ପାଇ ୨୨ କ୍ୟାରେଟ୍‌ ସୁନା ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କା ରହିଛି ।

author-image
Tanmay Kumar Mahalik
Gold Silver Prices Crash

Gold Silver Prices Crash Photograph: (OTV)

ରେକର୍ଡ ଭାଙ୍ଗିଲା ସୁନା ଦର ହ୍ରାସ । ରୁପା ଦରରେ ବି ବଡ଼ ପରିବର୍ତ୍ତନ । ୧୬ ହଜାରରୁ ଉର୍ଦ୍ଧ୍ବ ଖସିଲା ସୁନା । ୭୫ ହଜାର କମିଲାଣି ରୁପା । ଲଗାତର ଦୁଇ ଦିନ ହେଲା ସୁନା-ରୁପା ବଜାରରେ ବଡ଼ ପରିବର୍ତ୍ତନ ହେଉଛି । ଗତକାଲି ୨୪ କ୍ୟାରେଟ୍‌ ସୁନା ଦର ୮ ହଜାର ୨୩୦ କମିଥିଲା । ଆଉ ଅଜି ପୁଣି ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି । ଅର୍ଥାତ୍ ଦୁଇ ଦିନରେ ୨୪ କ୍ୟାରେଟ୍‌ ସୁନା ୧୬ ହଜାର ୮୫୦ ଟଙ୍କା ଏକାବେଳେ ହ୍ରାସ ପାଇଛି ।

Advertisment

ଆଉ ବର୍ତ୍ତମାନ ୨୪କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା ରହିଛି । ସେହିପରି ଗତକାଲି ୨୨ କ୍ୟାରେଟ୍‌ ସୁନା ଦର ପାଇ ୧୦ ଗ୍ରାମ ପିଛା ୭ ହଜାର ୫୫୦ କମିଥିଲା । ଆଉ ଆଜି ପୁଣି ୭ ହଜାର ୯ଶହ ଟଙ୍କା ହ୍ରାସ ପାଇ ୨୨ କ୍ୟାରେଟ୍‌ ସୁନା ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କା ରହିଛି । ଅର୍ଥାତ୍ ଲଗାତର ଦୁଇଦିନରେ ୨୨ କ୍ୟାରେଟ୍‌ ସୁନା ଦର ୧୫ ହଜାର ୪୫୦ ଟଙ୍କା କମିଛି । 

ମାର୍କେଟରେ କେବଳ ସୁନା ନୁହେଁ, ରୁପା ଦରରେ ବି ବିରାଟ ହ୍ରାସ ଘଟିଛି । ଗତ ଦୁଇ ଦିନ ହେଲା ରୁପା ଦରରେ ବଡ଼ ପରିବର୍ତ୍ତନ ଯୋଗୁ ଗ୍ରାହକଙ୍କ ଓଠରେ ହସ ଫୁଟିଛି । ଗତକାଲି ରୁପା କେଜି ପ୍ରତି ୨୦ ହଜାର ଟଙ୍କା କମିଥିଲା । ଆଉ ଆଜି ପୁଣି ଥିରେ ରୁପା ଦର ୫୫ ହଜାର ଟଙ୍କା ହ୍ରାସ ପାଇଛି । ଅର୍ଥାତ୍ ଦୁଇ ଦିନରେ ରୁପା ୭୫ ହଜାର ଟଙ୍କା କମି ଏବେ  କେଜି ପ୍ରତି ୩ ଲକ୍ଷ ୫୦ ହଜାର ଟଙ୍କା ରହିଛି ।

Advertisment

ହେଲେ ଆଉ ଏହି ଦୁଇ ମୂଲ୍ୟବାନ ଧାତୁର ମୂଲ୍ୟ ବଢିବା କମିବା ଗ୍ରାହକଙ୍କ ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି କରୁଛି । ବିବାହ ଓ ବ୍ରତ ପାଇଁ ସୁନା ରୁପା କିଣିବାକୁ ଆଗ୍ରହୀ ପରିବାର ଚିନ୍ତାରେ ପଡ଼ିଛି । ବର୍ତ୍ତମାନ ସୁନା ଓ ରୁପା ଦର ବଡ଼ ହ୍ରାସ ଘଟିଥିଲେ ବି ଏହା ଯଥଷ୍ଟେ ନୁହେଁ, ଆହୁରି ଦାମରେ ବିରାଟ ହ୍ରାସର ଆବଶ୍ୟକତା ରହିଛି ବୋଲି ସାଧାରଣ ଗ୍ରାହକ କହିଛନ୍ତି । 

ତେବେ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା, ଗ୍ରୀନଲାଣ୍ଡ ବିବାଦ, ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ହ୍ରାସ ଯୋଗୁ ସୁନା ଦରରେ ଅସ୍ଥିରତା ଲାଗି ରହୁଥିବା ବିଶେଷଜ୍ଞ ମାନେ କହିଛନ୍ତି । ସୁନା ଓ ରୁପା ଭଳି ନିରାପଦ ଧାତୁରେ ନିବେଶ ବୃଦ୍ଧି ମଧ୍ୟ ଅନ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । 

Silver Gold Price
Advertisment
Related Articles
Advertisment