Advertisment

Three Minor Sisters Die By Suicide: ଅନଲାଇନ୍ ଗେମିଂ ନିଶା, ୯ ମହଲାରୁ ଡେଇଁ ଜୀବନ ହାରିଲେ ୩ ଭଉଣୀ

ଉତ୍ତରପ୍ରଦେଶ ଗାଜିଆବାଦରୁ ଛାତିକୁ ଦୋହଲାଇ ଦେବାଭଳି ଏକ ଖବର ସାମ୍ନାକୁ ଆସିଛି। ଯେଉଁଠି 3ଜଣ ନାବାଳିକା ଭଉଣୀ ବିଲ୍ଡିଂର ନବମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

Suicide

Suicide Photograph: (OTV)

Advertisment

ଉତ୍ତରପ୍ରଦେଶ ଗାଜିଆବାଦରୁ ଛାତିକୁ ଦୋହଲାଇ ଦେବାଭଳି ଏକ ଖବର ସାମ୍ନାକୁ ଆସିଛି। ଯେଉଁଠି ୩ ଜଣ ନାବାଳିକା ଭଉଣୀ ବିଲ୍ଡିଂର ନବମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆଉ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ୩ ଭଉଣୀ ଅନଲାଇନ ଗେମ୍ ନିଶାରେ ପଡିଯାଇଥିଲେ। ଆଉ ଘର ଲୋକ ଗେମ୍ ଖେଳିବାକୁ ମନା କରିବାରୁ ଏଭଳି ଚରମ ନିଷ୍ପତି ନେଇଛନ୍ତି। ୩ ଜଣଙ୍କର ବୟସ ୧୬, ୧୪ ଏବଂ ୧୨ ବର୍ଷ ହେବ ବୋଲି କୁହାଯାଉଛି। 

Advertisment

ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପରିବାର ଲୋକଙ୍କ କହିବା କଥା, କରୋନା ସମୟରୁ ୩ ଭଉଣୀ ଅନଲାଇନ ଗେମ୍ ଖେଳୁଥିଲେ। ଗେମରେ ଏତେ ମଜିଯାଉଥିଲେ ଯେ ନିୟମିତ ଭାବେ ସ୍କୁଲ ମଧ୍ୟ ଯାଉନଥିଲେ। ଘର ଲୋକେ ଗେମ୍ ଖେଳକୁ ବିରୋଧ କରିବାରୁ, ମଙ୍ଗଳବାର ରାତି ପାଖିପାଖି ୨ଟା ସମୟରେ ୩ ଜଣ ଭଉଣୀ ଏକା ସାଙ୍ଗେ ବିଲ୍ଡିଂର ନବମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ