Advertisment

Nipah Virus Scare: ଆତଙ୍କ ଖେଳାଇଲାଣି ନିପା ଭାଇରସ୍: କରୋନାଠୁ ଅଧିକ ମାରାତ୍ମକ, ଜାଣନ୍ତୁ ଏହାର ଲକ୍ଷଣ...

ପୁଣି ଗୋଟିଏ ଭାଇରସ୍ ସଂକ୍ରମଣକୁ ନେଇ ଦେଶରେ ବଢିଲାଣି ଚିନ୍ତା । କୋରନା, ଓମିକ୍ରନ, ମଙ୍କିପକ୍ସ ପରେ ଏବେ ଦେଶରେ ବ୍ୟାପିଲାଣି ନିପା ଭାଇରସ୍ ।

Nipah Virus In India

Nipah Virus Photograph: (OTV)

Advertisment

ଦେଶରେ ପୁଣି ଭାଇରସ୍ ଆତଙ୍କ । କରୋନାଠୁ ବି ଅଧିକ ମାରାତ୍ମକ । ଜ୍ବର, ମୁଣ୍ଡବିନ୍ଧା ସହ କୋମାରେ ପଡିବେ ରୋଗୀ । ପୁଣି ଗୋଟିଏ ଭାଇରସ୍ ସଂକ୍ରମଣକୁ ନେଇ ବଢିଲାଣି ଚିନ୍ତା । କୋରନା, ଓମିକ୍ରନ, ମଙ୍କିପକ୍ସ ପରେ ଏବେ ଦେଶରେ ବ୍ୟାପିଲାଣି ନିପା ଭାଇରସ୍ । ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି ସନ୍ଦିଗ୍ଧ ନିପା ଭୂତାଣୁ ।

Advertisment

ଉତ୍ତର ୨୪ ପ୍ରଗଣାର ଏକ ଘରୋଇ ହସ୍ପିଟାଲରେ ୨ଜଣ ନର୍ସ ସନ୍ଦିଗ୍ଧ ନିପା ଭାଇରସ୍‌ ସଂକ୍ରମିତ ହୋଇଥିବା ଜଣାପଡିଛି । ସେମାନଙ୍କଠାରେ ରହିଥିବା ଲକ୍ଷଣ ନିପା ଭୂତାଣୁ ବୋଲି ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । 
ତେବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରତିଦିନ ଲୋକଙ୍କ ଯିବାଆସିବା ଲାଗି ରହିଥିବାରୁ ବର୍ତ୍ତମାନ ଓଡ଼ିଶା ପାଇଁ ବଢିଛି ଭୟ । ନିପାକୁ ନେଇ ଆଲର୍ଟରେ ଓଡ଼ିଶା ।

ନିପା ଭାଇରସ୍ ଲକ୍ଷଣ:

ନିପା ଭାଇରସ୍ ସଂକ୍ରମଣ ହେଲେ ଆକ୍ରାନ୍ତଙ୍କଠାରେ ଜ୍ବର ସହ ମୁଣ୍ଡବିନ୍ଧା, ଗଳା ଦରଜ, ଡାଇରିଆ, ବାନ୍ତି, ମାଂସପେଶୀରେ ଯନ୍ତ୍ରଣା ଓ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ । ଗୁରୁତର ଆକ୍ରାନ୍ତ ବ୍ୟକ୍ତି କୋମାକୁ ଚାଲିଯିବାର ଆଶଙ୍କା ଥାଏ ।
ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ଭୂତାଣୁ ଚିହ୍ନଟ ହୋଇନାହାନ୍ତି। ପଶ୍ଚିମବଙ୍ଗରେ ସଂକ୍ରମିତଙ୍କ ନମୁନା ଏମ୍ସକୁ ପଠାଯାଇଛି । ସଂକ୍ରମଣ ରୋକିବାକୁ ଏକ ଜାତୀୟ ଯୁଗ୍ମ ସଂକ୍ରମଣ ରେସପନ୍ସ ଟିମ୍ ଗଠନ ହୋଇଛି । 

Advertisment

କେମିତି ବ୍ୟାପେ ନିପା ଭାଇରସ୍ ?

ପଶୁ, ସଂକ୍ରମିତ ଖାଦ୍ୟ କିମ୍ବା ସିଧାସଳଖ ମଣିଷଠାରୁ ମଣିଷକୁ ନିପା ଭୂତାଣୁ ବ୍ୟାପିଥାଏ । ସଂକ୍ରମିତ ଲାଳ, ମଳ, ମୂତ୍ର ଓ ରକ୍ତ ଜରିଆରେ ଏହା ବ୍ୟାପିବାର ଆଶଙ୍କା ଅଧିକ ।  ତେଣୁ ନିୟମିତ ହାତ ଧୋଇବା ସହ ସଂକ୍ରମିତ ଘୁଷୁରି ଓ ବାଦୁଡ଼ିଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । 

ବ୍ୟୁରୋ ରିପୋର୍ଟ, ଓଟିଭି

Odisha Alert Westbengal Nipah Virus nipah virus scare
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ