Advertisment

Fake Paneer Factory Busted: ଖାଦ୍ୟ ନାଁରେ ବିଷ, ୪୫୦ କେଜି ନକଲି ପନିର ଜବତ, ଫ୍ୟାକ୍ଟିର ଲାଇସେନ୍ସ ବାତିଲ୍

ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାର ଏକ ଫ୍ୟାକ୍ଟ୍ରିରେ ଚଢାଉ ସମୟରେ ଜବତ ହୋଇଛି ଶହ ଶହ କିଲୋଗ୍ରାମର ନକଲି ପନିର ଜବତ କରାଯାଇ ନଷ୍ଟ କରାଯାଇଛି।

Fake Paneer Factory Busted

Fake Paneer Factory Busted Photograph: (OTV)

Advertisment

ଖାଦ୍ୟ ନାଁରେ ବିଷ। ପନିର ନୁହେଁ ତ ଧଳା ସ୍ପଞ୍ଜ। ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାର ଏକ ଫ୍ୟାକ୍ଟ୍ରିରେ ଚଢାଉ ସମୟରେ ଜବତ ହୋଇଛି ଶହ ଶହ କିଲୋଗ୍ରାମର ନକଲି ପନିର ଜବତ କରାଯାଇ ନଷ୍ଟ କରାଯାଇଛି। ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ (FSDA) ବିଭାଗ ପ୍ରାୟ ୪୫୦ କିଲୋଗ୍ରାମ ନକଲି ପନିର ଜବତ କରି ନଷ୍ଟ କରିଛି।

Advertisment

ବିଭାଗ ଅନୁଯାୟୀ, ରୌନକ ଏଣ୍ଟରପ୍ରାଇଜେସରେ ସୁରଭି ସ୍ପଞ୍ଜ ବ୍ରାଣ୍ଡ ନାମରେ ପାମ୍ ତେଲ ଏବଂ କ୍ଷୀର ପାଉଡର ମିଶ୍ରଣ କରି ନକଲି ପନିର ପ୍ରସ୍ତୁତ କରାଯାଉଥିଲା, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହି ନକଲି ପନିର କୁ ଜବତ କରି ସମ୍ପୂର୍ଣ୍ଣ ଷ୍ଟକ୍‌କୁ ନଷ୍ଟ କରିଦିଆଯାଇଥିଲା।

ୟୁନିଟରେ ନକଲି ପନିର ପ୍ରସ୍ତୁତି ସମ୍ପର୍କରେ ବାରମ୍ବାର ଅଭିଯୋଗ ଆସିବା ପରେ ରାଜନନ୍ଦଗାଓଁ ଏବଂ ରାୟପୁରର ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନର ଏକ ୧୫ ଜଣିଆ ଟିମ୍ ଏହି ଚଢାଉ କରିଥିଲେ। ‌ଏପରିକି ଯେତେବେଳେ ଖାଦ୍ୟ ସୁରକ୍ଷା ଅଧିକାରୀ ମାନେ ପହଞ୍ଚିଥିଲେ, ସେତେବେଳେ ମଧ୍ୟ ଉତ୍ପାଦନ ଚାଲୁଥିଲା। ସେଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସାମଗ୍ରୀର ନମୁନା ମଧ୍ୟ ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି। ଏହି ଫ୍ୟାକ୍ଟ୍ରିର ଲାଇସେନ୍ସ ବାତିଲ କରାଯାଇଛି।

Advertisment
Chhattisgarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ