Advertisment

Rajnath Singh: 'ବ୍ରହ୍ମୋସ' ଏରୋସ୍ପେସ ୟୁନିଟ ଉଦ୍ଘାଟନ ବେଳେ ପାକିସ୍ତାନକୁ କଡା ଚେତାବନୀ ଦେଲେ ରାଜନାଥ

ଲକ୍ଷ୍ନୌରେ ଉଦଘାଟିତ ହେଲା ବ୍ରହ୍ମୋସ ଏରୋସ୍ପେସ ୟୁନିଟ। ରାଜନାଥ କହିଲେ 'ବ୍ରହ୍ମୋସ' ବଢୁଥିବା ଭାରତର ଶକ୍ତିର ପ୍ରତୀକ। 'ବ୍ରହ୍ମୋସ' ରେଞ୍ଜରେ ପାକିସ୍ତାନର ପ୍ରତି ଇଞ୍ଚ ଭୂମି

Brahmos

ବ୍ରହ୍ମୋସ Photograph: (OTV)

Advertisment

ବ୍ରହ୍ମୋସ ମିଜାଇଲ ରେଞ୍ଜ ଭିତରେ ରହିଛି ପାକିସ୍ତାନ ମାଟିର ପ୍ରତି ଇଞ୍ଚ ଭୂମି। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଆଜି ବ୍ରହ୍ମୋସ ଏରୋସ୍ପେସ ୟୁନିଟର ଉଦ୍ଘାଟନ ବେଳେ ଏକଥା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ, ବ୍ରହ୍ମୋସ ମିଜାଇଲ ହେଉଛି, ବଢୁଥିବା ଭାରତର ଶକ୍ତି ଓ ସାମର୍ଥ୍ୟର ପ୍ରତୀକ। ଏହା ଏକ ମିଜାଇଲ ନୁହେଁ, ବରଂ ଦେଶର ରଣନୀତି ଆତ୍ମବିଶ୍ବାସର ପ୍ରମାଣ। ଜଳ, ସ୍ଥଳ ଏବଂ ବାୟୁସେନା ପାଇଁ ଏହା ଏକ ମଜବୁତ ସ୍ତମ୍ଭ। 
ଲକ୍ଷ୍ମୌ ସ୍ଥିତ ସରୋଜିନୀ ନଗରରେ ଭାରତର ସୁପର ସୋନିକ୍ ମିଜାଇଲ ବ୍ରହ୍ମୋସ ଉତ୍ପାଦନ ପାଇଁ ବ୍ରହ୍ମୋସ ଏରୋସ୍ପେସ ୟୁନିଟର ଉଦଘାଟନ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଲକ୍ଷ୍ନୌକୁ ସଂସ୍କୃତି ଓ ପରମ୍ପରାର ସହର ସହିତ ଏଣିକି ଶିଳ୍ପ ଓ ବୈଷୟିକ ନଗରୀର ପରିଚୟ ହାସର କରିଥିବା କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ। ସେହିଭଳି ଅପରେସନ ସିନ୍ଦୁର ସମ୍ପର୍କରେ ସୂଚନା ଦେଇ ଏହା କେବଳ ଏକ ଟ୍ରେଲର ଥିଲା ବୋଲି କହିଛନ୍ତି ରାଜନାଥ ସିଂହ।

Advertisment
Rajnath Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ