Economic Survey Report Photograph: (OTV)
ସଂସଦରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ୨୦୨୫-୨୬ର ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। କେନ୍ଦ୍ରୀୟ ବଜେଟ ଉପସ୍ଥାପନ ପୂର୍ବରୁ ସରକାର ଅର୍ଥବ୍ୟବସ୍ଥାକୁ ନେଇ ଏହି ଆର୍ଥିକ ଆକଳନ ଉପସ୍ଥାପନ କରିଛନ୍ତି।
ଏହି ସର୍ବେକ୍ଷଣ ଦେଶର ଆର୍ଥିକ ଅଭିବୃଦ୍ଧି, ବିତ୍ତିୟ ସ୍ଥିତି, ଦରବୃଦ୍ଧି ସହ ଅର୍ଥବ୍ୟବସ୍ଥାରେ ଆସିବାକୁ ଥିବା ମୁଖ୍ୟ ଚ୍ୟାଲେଞ୍ଜକୁ ନେଇ ସମୀକ୍ଷା ରିପୋର୍ଟ ରହିଛି। ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ଜିଡିପି ୬.୮ ପ୍ରତିଶତରୁ ୭.୨ ପ୍ରତିଶତ ରହିବା ଆକଳନ କରାଯାଇଛି।ଆମେରିକାର ଟାରିଫ ବୃଦ୍ଧି ପରେ ଆର୍ଥିକ ବ୍ୟବସ୍ଥାରେ ଦେଖାଦେଇଥିବା ଅସ୍ଥିରତାକୁ ନିୟନ୍ତ୍ରଣ ଲାଗି ରଣନୈତିକ ଦୃଷ୍ଟିକୋଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ଇଲୋକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତ ସବୁଠାରୁ ଦ୍ରୁତଗତିରେ ବୃଦ୍ଧି ପାଉଥିବା କ୍ଷେତ୍ର ବୋଲି କୁହାଯାଇଛି। ଆର୍ଥିକ ବର୍ଷ ୨୦୨୨ରେ ରପ୍ତାନୀରେ ସପ୍ତମ ସ୍ଥାନ ଥିବା ଇଲୋକ୍ଟ୍ରୋନିକ୍ସ କ୍ଷେତ୍ର ଆର୍ଥିକ ବର୍ଷ ୨୦୨୫ରେ ତୃତୀୟ ସ୍ଥାନରେ ପହଞ୍ଚିଚି। ଦେଶର ସବୁଠାରୁ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଆର୍ଥିକ କ୍ଷେତ୍ର ପାଲଟିଛି ଇଲୋକ୍ଟ୍ରୋନିକ୍ସ ସେକ୍ଟର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/29/economic-survey-report-2026-01-29-13-51-53.jpg)